ଯାଜପୁର ଦେଓଦା ବଳଦେବଜୀୟୁ ଯୁବକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯାଜପୁର: ଯୁବକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତର ବଳଦେବଜୀୟୁ ଯୁବକ ସଂଘ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଏଥିରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଡାକ୍ତର ପ୍ରତ୍ୟୁଷ ମହାରଣା ଏବଂ କଳିଙ୍ଗ ଟିଭି ପ୍ରତିନିଧି ଅବିନେଶ୍ୱର ଶତପଥୀଙ୍କୁ କରୋନା ଯୋଦ୍ଧା ଭାବେ ଅବିହିତ କରାଯାଇଥିଲା । ଏଥିସହ ଯୁବକ ସଂଘର କର୍ମକର୍ତାମାନେ ସେମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

 jajpurଏହି ଅବସରରେ କରୋନା ସମୟରେ ଯୁବକ ସଂଘର ସଚେତନତାମୂଳକ ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ସଂଘର ସଭାପତି ପ୍ରତାପ କିଶୋର ନାଥ, ସଂପାଦକ ପ୍ରସନ୍ନ କୁମାର ପାଣି, ମଠର ମହନ୍ତ କୃଷ୍ଣଚନ୍ଦ୍ର ଦାସଙ୍କ ସମେତ ଯୁବକ ସଂଘର ବହୁ ସଦସ୍ୟ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.