ଝାରସୁଗୁ଼ଡା: ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟ, ବନ୍ଧୁକ ମୁନରେ ଲୁଟିଲେ ଲକ୍ଷାଧିକ ଟଙ୍କା

ବନ୍ଧୁକ ମୂନରେ ବ୍ୟାଙ୍କରୁ ସଶସ୍ତ୍ର ଲୁଟ। ଝାରସୁଗୁ଼ଡା ବେଲପାହାଡ଼ ଥାନା ଗୁମାଡେରାର ଆକ୍ସିସ ବ୍ୟାଙ୍କରେ ହୋଇଛି ଲୁଟ। ଦିନ ଦ୍ୱିପହରେ ୫ରୁ ୬ଜଣ ସଶସ୍ତ୍ର ଡକାୟତ ଏକ ନମ୍ବର ବିହୀନ ଧଳା ସ୍କର୍ପିଓରେ ଆସି ବ୍ୟାଙ୍କରେ ପଶିଥିଲେ । ମୁହଁରେ କଳା କପଡ଼ା ଢାଙ୍କି ବନ୍ଧୁକ ମୂନରେ କ୍ୟାସ କାଉଣ୍ଟରରୁ ଟଙ୍କା ଲୁଟିବା ସହ ବ୍ୟାଙ୍କରେ ଥିବା ଗ୍ରାହକମାନଙ୍କ ଠାରୁ ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇଯାଇଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଝାରସୁଗୁଡ଼ା ଏସପି ଅଶ୍ୱନୀ କୁମାରଙ୍କ ନେତୃତ୍ୱରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.