ସମ୍ବଲପୁର: ଟ୍ରକ୍ ଶୋରୁମ୍ ଗ୍ୟାରେଜରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ସିନ୍ଦୁରପଙ୍କ ସ୍ଥିତ ଏକ ଟ୍ରକ ଶୋ ରୁମର ଗ୍ୟାରେଜରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତି ପ୍ରାୟ ୩.୪୫ମିନିଟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିଥିଲା। ଗ୍ୟାରେଜରେ ଥିବା କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ପ୍ରାଥମିକ ତଦନ୍ତରୁ ଏହା ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ ହୋଇଯାଇଛି।