ଭୁବନେଶ୍ୱର ନନ୍ଦନ ବିହାରରେ ଭୟାବହ ଅଗ୍ନିକାଣ୍ଡ, ଏକ କବାଡି ଦୋକାନରେ ନିଆଁ ଲାଗି ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନ ବିହାରରେ ଭୟାବହ ଅଗ୍ନିକାଣ୍ଡ । ଏକ କବାଡି ଦୋକାନରେ ସକାଳୁ ନିଆଁ ଲାଗି ଯାଇଥିଲା । କବାଡି ଦୋକାନରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି ।

ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା ଦମକଳ ବାହିନୀ । ଦମକଳ ବାହିନୀ କର୍ମଚାରୀ ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବାରହ ବନ୍ଦ କରାଯାଇଛି । ଦୋକାନରେ କେହି ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.