ମୟୁରଭଞ୍ଜ: କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଆଁ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଆଁ।  ଆଜି ଅପରାହ୍ନ ସମୟରେ କୌଣସି କାରଣ ଯୋଗୁଁ  ଦିନ ଗୋଟାଏ ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଦାମ ଘରେ ଲାଗିଯାଇଥିଲା ନିଆଁ।  ଗୋଦାମ ଘରେ ଥିବା ମଶାତେଲ ଠାରୁ  ଆରମ୍ଭ କରି ବହୁ ଦରକାରୀ ଉପକରଣ ସହିତ ବହୁ ଜିନିଷପତ୍ର ପୋଡି ଯାଇଛି।

karanjia2

ଅଗ୍ନିକାଣ୍ଡର ଖବର ପାଇ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ନିଆଁ ଆୟତ୍ତ ହେବାପାଇଁ ୨ ଘଣ୍ଟା ସମୟ ଲାଗିଥିଲା। ଅପରାହ୍ନ ପାଖାପାଖି ୨.୩୦ ବେଳକୁ ନିଆଁ ସମ୍ପର୍ଣ୍ଣ ଆୟତ୍ତ ହୋଇପାରିଥିଲା।  ନିଆଁ ଲିଭିବା ପରେ ଅଞ୍ଚଳ ପୂରା ଧୂଆଁମୟ ହୋଇଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.