ପାଟିରେ ପେଟ୍ରୋଲ ଧରି ନିଆଁକୁ ଫୁଙ୍କିବା ବେଳେ ଅଘଟଣ; ପାଖରେ ଥିବା ଲୋକଙ୍କ ଦେହରେ ଲାଗି ୩ ଆହତ

ନିଆଁ ସାଥିରେ ଖେଳିବା ପଡ଼ିଲା ମହଙ୍ଗା ।  ବାହାଘର ପ୍ରୋସେସନରେ ପାଟିରେ ପେଟ୍ରୋଲ ଧରି ନିଆଁକୁ ଫୁଙ୍କିବା ବେଳେ ଘଟିଲା ଅଘଟଣ ।  ପାଖରେ ଛିଡା ହୋଇଥିବା ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିବା ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଗଞ୍ଜାମ (କେନ୍ୟୁଜ): ନିଆଁ ସାଥିରେ ଖେଳିବା ପଡ଼ିଲା ମହଙ୍ଗା । ବାହାଘର ପ୍ରୋସେସନରେ ପାଟିରେ ପେଟ୍ରୋଲ ଧରି ନିଆଁକୁ ଫୁଙ୍କିବା ବେଳେ ଘଟିଲା ଅଘଟଣ । ପାଖରେ ଛିଡା ହୋଇଥିବା ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିବା ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ଭାଇରଲ ଭିଡିଓଟି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧିନ ମାଗୁରପୁଞ୍ଜା ଗାଁର ହୋଇଥିବା ଜଣାପଡିଛି । ଗତ ସୋମବାର ରାତିରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରୋସେସନ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଏଥିରେ ଶିଶୁଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.