ବାଲ୍ୟବିବାହ କୁ ନା: ନିଜେ ବାଲ୍ୟ ବିବାହର ଶିକାର ହୋଇଥାନ୍ତେ, ତେଣୁ ଏବେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ଦିନେ ନିଜ ପରିବାର ଝିଅଟିକୁ ୧୪ ବର୍ଷ ବୟସରେ ବିବାହ କରିବାକୁ ଆଗଭର ହେଇ ଉଠିଥିଲେ କିନ୍ତୁ ଝିଅର ପାଠ ପଢା ପ୍ରତି ଆଗ୍ରହ ଏବଂ ନିଜ ଗୋଡରେ ଠିଆ ହେଇ କିଛି କରିବାର ଆଶା ଓ ଆକାଂକ୍ଷା ଆଗରେ ପରିବାରକୁ ହାର ମାନିବାକୁ ପଡିଥିଲା, କାଲି ଯିଏ ନିଜ ବାଲ୍ୟବିବାହକୁ ବିରୋଧ କରି ନିଜେ ମଣିଷଟିଏ ହେବାର ଆଶା ରଖି ଆଗକୁ ବଢ଼ି ଥିଲା ଆଜି ସେ ପାଲଟିଛି ସମସ୍ତଙ୍କ ପ୍ରେରଣାର ଉତ୍ସ । ନିଜ ସାଙ୍ଗସାଥିଙ୍କ ପାଖେ ଏବଂ ଆଖ ପାଖ ଅଞ୍ଚଳରେ ବାଣ୍ଟି ବୁଲୁଛି ସଚେତନତାର ବାର୍ତ୍ତା ‘ବାଲ୍ୟବିବାହ କୁ ନା’ ।

ଗୁଣୁପୁର(କେନ୍ୟୁଜ): ସେ ଝିଅ ନୁହେଁ ସାହାସିକତା ଓ ସଚେତନତାର ଜୀବନ୍ତ ପ୍ରତିମା ଟିଏ । ବାଲ୍ୟ ବିବାହ ପରି ଏକ ସାମାଜିକ କଳଙ୍କର ମୁଳୋତ୍ପାଟନ କରିବା ପାଇଁ ସେ ସଂକଳ୍ପ ବଦ୍ଧ ଏବଂ ଶତ ଚେଷ୍ଟିତ । ଦିନେ ନିଜ ପରିବାର ଝିଅ ଟିକୁ ୧୪ ବର୍ଷ ବୟସରେ ବିବାହ କରିବାକୁ ଆଗଭର ହେଇ ଉଠିଥିଲେ କିନ୍ତୁ ଝିଅ ର ପାଠ ପଢା ପ୍ରତି ଆଗ୍ରହ ଏବଂ ନିଜ ଗୋଡ ରେ ଠିଆ ହେଇ କିଛି କରିବାର ଆଶା ଓ ଆକାଂକ୍ଷା ଆଗରେ ପରିବାରକୁ ହାର ମାନିବାକୁ ପଡିଥିଲା, କାଲି ଯିଏ ନିଜ ବାଲ୍ୟବିବାହକୁ ବିରୋଧ କରି ନିଜେ ମଣିଷଟିଏ ହେବାର ଆଶା ରଖି ଆଗକୁ ବଢ଼ି ଥିଲା ଆଜି ସେ ପାଲଟିଛି ସମସ୍ତଙ୍କ ପ୍ରେରଣାର ଉତ୍ସ । ନିଜ ସାଙ୍ଗସାଥିଙ୍କ ପାଖେ ଏବଂ ଆଖ ପାଖ ଅଞ୍ଚଳରେ ବାଣ୍ଟି ବୁଲୁଛି ସଚେତନତାର ବାର୍ତ୍ତା ‘ବାଲ୍ୟବିବାହ କୁ ନା’ ।

ରାୟଗଡା ଜ଼ିଲ୍ଲା ପଦ୍ମପୁର ବ୍ଲକର ଜଗମଣ୍ଡା ଗ୍ରାମର ରେଙ୍ଗାଲି ଝାନ୍ସୀ, ବୟସ ୧୮ ବର୍ଷ ଡ଼ମ୍ବସୋରା ରିଜିଓନାଲ ଡିଗ୍ରୀ କଲେଜର କଳା ବିଭାଗର ପ୍ରଥମ ବର୍ଷର ଛାତ୍ରୀ । ନିଜ ପରିବାର କହିଲେ ବାପା ମା ଓ ଦୁଇ ସାନ ଭଉଣୀ, ଆର୍ଥିକ ପରିସ୍ଥିତି କହିଲେ ବାପା ଜଣେ ମୁଢ଼ି ବୁଲା ବିକାଳୀ, ମା ଗୃହିଣୀ । ତିନି ତିନଟି ଝିଅକୁ ନେଇ ପରିବାର ଚଲେଇବା କଷ୍ଟକର ହେଇ ପଡିଥିଲା ବାପା ରେଙ୍ଗାଲି ମଧୁଙ୍କ ଉପରେ, ବଡ ଝିଅ ଝାନ୍ସୀକୁ ଯେତେବେଳେ ୧୪ ବର୍ଷ ହେଇଥିଲା ନିଜ ସମ୍ପର୍କୀୟ ଲୋକଙ୍କ ସହମତିରେ ପ୍ରସ୍ତାବ ଦେଖି ଝିଅଟିର ବାହାଘର କରିବା ପାଇଁ ଅଣ୍ଟା ଭିଡ଼ିଥିଲା ପରିବାର କିନ୍ତୁ ଝିଅର ବାଲ୍ୟ ବିବାହ ଉପରେ ସଚେତନତା ଓ ପାଠ ପଢି ଆଗକୁ ବଢିବା ଇଚ୍ଛାର ଇଛା ଶକ୍ତି ଯୋଗୁଁ ଝିଅଟି ସାହାରା ମାଗିଥିଲା ସ୍ଥାନୀୟ ଅଙ୍ଗନବାଡି କର୍ମୀ ପ୍ରଭାସିନୀ ପଣ୍ଡାଙ୍କୁ ତାଙ୍କର ଏବଂ କିଛି କିଶୋରୀଙ୍କ ହସ୍ତକ୍ଷେପ ପରେ ଝାନ୍ସୀଙ୍କ ପରିବାରକୁ ବାଲ୍ୟ ବିବାହର କୁପରିଣାମ ଉପରେ ଉଭୟେ ସଚେତନତା କରିଥିଲେ,ପରେ ପରିବାର ବର୍ଗ ବାଲ୍ୟବିବାହର କୁପରିଣାମ ବୁଝିପାରି ଝିଅକୁ ପାଠ ପଢିବା ପାଇଁ ସୁଯୋଗ ଦେଇଥିଲେ ।

ସେହି ଦିନ ପରଠୁ ରେଙ୍ଗାଲି ଝାନ୍ସୀଙ୍କ ପାଇଁ ପ୍ରେରଣା ପାଲଟିଥିଲା ବାଲ୍ୟବିବାହ ଉପରେ ରୋକ ଲଗାଇ ନିଜ ସାଙ୍ଗସାଥୀ ଓ ସ୍ଥାନୀୟ ଅଞ୍ଚଳରେ କିପରି ଏହାର ସଚେତନତା କରାଇବେ । ନିଜକୁ ନିଜେ ପ୍ରେରଣାର ଉତ୍ସ ଭାବି ସ୍ଥାନୀୟ ଅଙ୍ଗନବାଡି ସହ ଜଡିତ ହୋଇ ପ୍ରତ୍ୟେକ ଶନିବାର ଦିନ ନିଜ ସାଥି କିଶୋରୀ ମାନଙ୍କ ସହ ଅଦ୍ଵିକା ବୈଠକ ମାଧ୍ୟମରେ ନିଜେ ଜଣେ ସକ୍ରିୟ ସଭ୍ୟ ହେଇ ନିଜ ଅଞ୍ଚଳରେ ଘର ଘର ବୁଲି ଲୋକଙ୍କୁ ସଚେତନତା ଆରମ୍ଭ କଲେ । ତାହାର ଫଳ ସ୍ୱରୂପ ସେ ନିଜସ୍ୱ ଉଦ୍ୟମରେ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ପଦ୍ମପୁର ଅଞ୍ଚଳରେ ୩ଟି ବାଲ୍ୟବିବାହକୁ ରୋକିବାରେ ସଫଳ ହେଇ ପାରିଥିଲେ ।

ଅତି ଛୋଟ ବୟସରୁ ସମାଜରେ ସଂସ୍କାର ମୂଳକ ମନୋଭାବ ଏବଂ ବାଲ୍ୟ ବିବାହ ଦୂରୀକରଣ ପାଇଁ ପ୍ରଚେଷ୍ଟା ଯୋଗୁଁ ରାଜ୍ୟସରକାରଙ୍କ ତରଫରୁ ୟୁନିସେଫର ଏକ୍ସନଏଡ଼ ସଂସ୍ଥା ତରଫରୁ ରାଜ୍ୟ ସ୍ତରୀୟ କିଶୋର ଓ କିଶୋରୀ ମାନଙ୍କର ସଶକ୍ତିକରଣ ତଥା ବାଲ୍ୟ ବିବାହ ପ୍ରତିରୋଧ ନିମନ୍ତେ ପୁରୀରେ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଝାନ୍ସୀ ବର୍ତ୍ତମାନ ନିଜେ ପାଠ ପଢିବା ସହ ନିଜ ଘର ପାଖ ପିଲାଙ୍କୁ ମଧ୍ୟ ଶିକ୍ଷାଦାନ କରୁଛନ୍ତି ଏବଂ ନିଜ ସାଙ୍ଗସାଥୀ ମାନଙ୍କୁ କିପରି ଆତ୍ମନିର୍ଭରଶୀଳ ହେଇ ପାରିବେ ସେ ଉପରେ ସଚେତନ କରୁଛନ୍ତି । ବାସ୍ତବରେ ଝାନ୍ସୀର ଏହି ପ୍ରୟାସ ପ୍ରଶସଂନୀୟ ଏଥିରେ କୌଣସି ଦ୍ୱିମତ ନାହିଁ ।

Leave A Reply

Your email address will not be published.