କାଳ ବୈଶାଖୀର ତାଣ୍ଡବ: ଚିଲିକା ମଝିରେ ବୁଡ଼ିଲା ୬ଟି ଡଙ୍ଗା; ଜଣେ ମତ୍ସ୍ୟଜୀବୀ ନିଖୋଜ
ଗତକାଲି କାଳ ବୈଶାଖୀର ପ୍ରଭାବରେ ଚିଲିକାରେ ବୁଡିଲା ଡଙ୍ଗା। ୬ଟି ମତ୍ସ୍ୟଜୀବିଙ୍କ ଡଙ୍ଗା ହ୍ରଦ ମଝିରେ ବୁଡି ନିଖୋଜ ହୋଇଯାଇଛି। ଅନ୍ୟପଟେ ମାଛ ଧରିବା ପାଇଁ ଯାଇଥିବା ଜଣେ ମତ୍ସ୍ୟଜୀବି ମଧ୍ୟ ନିଖୋଜ ଅଛନ୍ତି।
ଟାଙ୍ଗୀ (କେନ୍ୟୁଜ): ଗତକାଲି କାଳ ବୈଶାଖୀର ପ୍ରଭାବରେ ଚିଲିକାରେ ବୁଡିଲା ଡଙ୍ଗା। ୬ଟି ମତ୍ସ୍ୟଜୀବିଙ୍କ ଡଙ୍ଗା ହ୍ରଦ ମଝିରେ ବୁଡି ନିଖୋଜ ହୋଇଯାଇଛି। ଅନ୍ୟପଟେ ମାଛ ଧରିବା ପାଇଁ ଯାଇଥିବା ଜଣେ ମତ୍ସ୍ୟଜୀବି ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀଙ୍କ ପରିଚୟ ମିଥୁନ ବେହେରା। ସେ ପୁରୀ ଜିଲ୍ଲା କଣାସ ବ୍ଲକ ସରସ୍ୱତୀ ନଗର ବାସିନ୍ଦା। କାଳବୈଶାଖୀରେ ୭ଟି ଡ଼ଙ୍ଗା ଭାଙ୍ଗି ନଷ୍ଟ ହୋଇଯାଇଛି। ଘଟଣା ଘଟିଛି ଚିଲିକାର ୭ନଂ କୂଦ ନିକଟରେ ।