ଇଞ୍ଜିିନିୟରିଂ ପାଠ ନପଢି ବି ତିଆରି କଲେ ଫୋର୍ଡ ମଡେଲର ୪ ଚକିଆ ଗାଡି

କରଞ୍ଜିଆ(କେନ୍ଯୁଜ୍): କିଛି କରି ଦେଖାବାର ଇଚ୍ଛା ଥିଲେ ମଣିଷ ଅସମ୍ଭବ କାର୍ଯ୍ଯ କୁ ବି ସମ୍ଭବ କରି ଦେଖାଇଥାଏ । ଏଥିପାଇଁ କୌଣସି ସ୍ବତନ୍ତ୍ର ଶିକ୍ଷା କିମ୍ବା ପ୍ରଶିକ୍ଷଣର ଆବଶ୍ଯକ ଦରକାର ପଡିନଥାଏ। ଜଣେ ନିଜ ବୁଦ୍ଧି ବଳରେ ବି ସଫଳତା ପାଇପାରିବ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଜଣେ ଯୁବ ବ୍ୟବସାୟୀ । ଯାହାଙ୍କ ନା ସୁଶୀଲ ଅଗ୍ରୱାଲ। ଯିଏ ନିଜସ୍ୱ ଜ୍ଞାନ କୌଶଳରେ କରୋନା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟକୁ ବେଶ୍‌ ସଦୁପଯୋଗ କରିଛନ୍ତି। ଆଉ ନିର୍ମାଣ କରିଛନ୍ତି ଏକ ୪ ଚକିଆ ଗାଡି। ତାହା ପୁଣି ଆମେରିକାର ଫୋର୍ଡ ମଡେଲର ଗାଡି । ଇଂଜିନିୟରିଂ ପାଠ ନପଢି ମଧ୍ୟ ଇଂଜିନିୟର ପରି କାମ କରି ଦେଖାଇଛନ୍ତି ସେ । ଆଜି ଜାତୀୟ ଇଞ୍ଜିନିୟର୍ସ ଦିବସ । ଏହି ଅବସରରେ ନିଜେ ତିଆରି କରିଥିବା ଗାଡିକୁ ନେଇ ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କୁ ଏବେ ଚାରିଆଡେ ଚର୍ଚ୍ଚା।

car

ଅଳ୍ପ ଖର୍ଚ୍ଚରେ ଭଲ ଗାଡି ତିଆରି କରିଥିବାରୁ ବିଭିନ୍ନ ସ୍ଥାନରୁ ଲୋକେ ଗାଡି ଦେଖିବାକୁ ଆସୁଛନ୍ତି । ଏହି ଗାଡ଼ିରେ ପେଟ୍ରୋଲ, ମୋବିଲ, ତେଲ କିମ୍ବା ଗ୍ରିସ୍‌ କିଛି ଆବଶ୍ୟକତା ପଡ଼େ ନାହିଁ । ଏହା ସୂର୍ଯ୍ୟ କିରଣରେ ବ୍ୟାଟେରୀ ଚାର୍ଜ ହୋଇ ଚାଲିଥାଏ । ଥରେ ବ୍ୟାଟେରୀ ଚାର୍ଜ ହେଲେ ୩୫୦ କିଲୋମିଟର ଗାଡି ଯାଇପାରିବ ବୋଲି ପ୍ରକାଶ କରିଛନ୍ତି ସୁଶୀଲ । ଏହି ଗାଡ଼ିକୁ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଚଲାଇ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.