କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନରେ ଗଲାଣି ୭ ହାତୀଙ୍କ ଜୀବନ: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ କର୍ମଚାରୀଙ୍କ ନିଲମ୍ବନ

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ କର୍ମଚାରୀଙ୍କ ନିଲମ୍ବନ କରାଯାଇଛି । ସେହେଲେ ପ୍ରାଣୀଧନ ସହାୟତା କେନ୍ଦ୍ର ନିରୀକ୍ଷକ ଗଣେଶ ରାମ ପୂଝରି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି ।

ଅଭୟାରଣ୍ୟରେ ୨୦ ଦିନରେ ୭ ହାତୀ ମୃତ୍ୟୁ ହୋଇଛନ୍ତି । ଏହି ସମୟରେ ଗୃହପାଳିତ ପଶୁଙ୍କ ଠାରୁ ରୋଗ ବ୍ୟାପି ଥିବା ସନ୍ଦେହ କରାଯାଉଛି । ରୋଗ ବ୍ୟାପିବା ପୂର୍ବରୁ ପଶୁଙ୍କୁ ଠିକ୍‌ ଭାବେ ଟିକାକରଣ ହୋଇନଥିବା ଅଭିଯୋଗ ହୋଇଛି । ଏଥିପାଇଁ ଦାୟିତ୍ୱରେ ଥିବା ପ୍ରାଣୀଧନ ସହାୟତା କେନ୍ଦ୍ର ନିରୀକ୍ଷକଙ୍କୁ ସସପେଣ୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.