ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

ଭୁବନେଶ୍ବର (କେନ୍ୟୁଜ): ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୋର ୩ଟା ୨୫ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହେଶ୍ବର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ପୁରୀରୁ ୫ ଥର ବିଧାୟକ ଥିଲେ । ୧୯୯୫ ମସିହାରୁ ୨୦୧୪ ଯାଏ ଲଗାତାର ବିଧାୟକ ଭାବରେ ଜିତିଥିଲେ । ଜନତା ଦଳ ଟିକେଟରେ ପ୍ରଥମେ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୦ ମସିହାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ରେ ହାରିଥିଲେ ମହେଶ୍ବର ମହାନ୍ତି । ନବୀନଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ପଞ୍ଚାୟତିରାଜ, ପର୍ଯ୍ୟଟନ ଓ ସଂସ୍କୃତି, ଆଇନ, ରାଜସ୍ବ ଭଳି ମନ୍ତ୍ରୀ ଥିଲେ ମହେଶ୍ବର ମହାନ୍ତି । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ଦାୟିତ୍ବ ତୁଲାଇଥିଲେ ।