ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା, ଜିଲ୍ଲା ପରିଷଦ ସଭ୍ୟ ଓ ସମିତି ସଭ୍ୟଙ୍କ ମଧ୍ୟରେ ହାତାହାତି

ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ମାରପିଟ୍‌ । ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱୀନି ଗମାଙ୍ଗ ଓ ସମିତି ସଭ୍ୟ ଶ୍ରୀଧର ଶବରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି । କୋରମ ଅଭାବ ସତ୍ତ୍ୱେ ବୈଠକ ହେଉଥିବା ଘଟଣାକୁ ନେଇ ସମିତି ସଭ୍ୟ ଆପତି ଉଠାଇବା ପରେ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ପ୍ରଥମେ କଥା କଟାକଟି ପରେ ମାରପିଟ୍‌ ସ୍ତରକୁ ଯାଇଥିଲା । କିଛି ମାସ ହେଲା ଗୁଣୁପୁର ପଞ୍ଚାୟତ ସମିତିର ସଦସ୍ୟଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି। ଅଧ୍ୟକ୍ଷାଙ୍କ କାର୍ଯ୍ୟାକଳାପ ଉପରେ ବହୁ ପ୍ରତିନିଧି ଅସନ୍ତୋଷ ଥିଲେ । ଏଥିପାଇଁ ଆଜିର ସମିତି ବୈଠକକୁ ବର୍ଜନ କରିଥିଲେ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟା ଓ ଏକାଧିକ ପ୍ରତିନିଧି । ପ୍ରାୟ ୧୦ ଜଣ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ବିଳମ୍ବରେ ବୈଠକ ଆରମ୍ଭ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କରେ ଆଲୋଚନା ହେବା ମାତ୍ରେ ଅସନ୍ତୋଷ ସମିତି ସଭ୍ୟ ଶ୍ରୀଧର ଶବର ଆପତ୍ତି ଉଠାଇଥିଲେ । କୋରମ ଅଭାବ ସତ୍ତ୍ୱେ ବୈଠକ କେଉଁ ନିୟମ ବଳରେ ହେଉଛି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଥମେ ଶ୍ରୀଧରଙ୍କୁ ବୁଝାଇଥିଲେ ମଧ୍ୟ ପରେ ଉତ୍ତେଜନା ଦେଖାଦେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.