ଥାନା ବାବୁଙ୍କ ଅମାପ ସମ୍ପତ୍ତି, ଭିଜିଲାନ୍ସ ଚଢ଼ାଉ ଜାରି

ଥାନା ବାବୁଙ୍କ ଅମାପ ସମ୍ପତ୍ତି । ବରଗଡ଼ ଗାଇସିଲେଟ ଥାନା IIC ବୀରବର ଭଗତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌ । ସମ୍ବଲପୁର ଅଇଁଠାପାଲିରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର । ସମ୍ବଲପୁର କବରପାଲିରେ ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ । ସମ୍ବଲପୁର, ବଣେଇ, ସୁନ୍ଦରଗଡ଼ରେ ରହିଛି ୧୦ଟି ପ୍ଲଟ । ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା ହେବ ।

ଥାନା ବାବୁଙ୍କ ନାଁରେ ରହିଛି ୧୬ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ଜମା । ଏଥିସହ ୧୬୬ ଗ୍ରାମର ସୁନା ଅଳଙ୍କାର, ୨ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ଥିବା ଠାବ କରିଛି ଭିଜିଲାନ୍ସ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏବେବି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ଗାଇସିଲେଟ ଥାନା, ସରକାରୀ ବାସଭବନ ସହ ସମ୍ବଲପୁରର ଦୁଇଟି ସ୍ଥାନରେ ରେଡ୍‌ ହୋଇଛି । ଚଢ଼ାଉ ସମୟରେ ସମ୍ବଲପୁର ଟାଙ୍ଗରପାଲି ସ୍ଥିତ ଅନୁଗୁଳିଆପଡାରେ ଥିବା ତାଙ୍କ ବାସଭବନରୁ ଟଙ୍କା, ବ୍ୟାଙ୍କ ପାସବୁକ ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି l

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.