ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କଲା ଗୋପାଳ, ଦିନେ ଦୁଇ ଦିନ ଭିତରେ ହେବ ପର୍ଦ୍ଦାଫାଶ

ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କଲା ଗୋପାଳ, ଦିନେ ଦୁଇ ଦିନ ଭିତରେ ହେବ ପର୍ଦ୍ଦାଫାଶ । ମର୍ଡର ମୋଟିଭ୍‌ କହିବ କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥା ଦାଖଲ କରିବ ପ୍ରାଥମିକ ଚାର୍ଜସିଟ୍‌ । ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ଗୁଳି କରିଥିଲା ଗୋପାଳ । ବ୍ୟକ୍ତିଗତ କାରଣ ଓ ପୁରୁଣା ଝଗଡ଼ାରୁ ତାଙ୍କୁ ହତ୍ୟା କରିଥିଲା ।

ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କଲା ଗୋପାଳ, ଦିନେ ଦୁଇ ଦିନ ଭିତରେ ହେବ ପର୍ଦ୍ଦାଫାଶ । ମର୍ଡର ମୋଟିଭ୍‌ କହିବ କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥା ଦାଖଲ କରିବ ପ୍ରାଥମିକ ଚାର୍ଜସିଟ୍‌ । ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ଗୁଳି କରିଥିଲା ଗୋପାଳ । ବ୍ୟକ୍ତିଗତ କାରଣ ଓ ପୁରୁଣା ଝଗଡ଼ାରୁ ତାଙ୍କୁ ହତ୍ୟା କରିଥିଲା । ଏହାକୁ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିବ ବୋଲି ସୂଚନା ମିଳିଛି । ଏହାସହ ନାର୍କୋ ଟେଷ୍ଟ ରିପୋର୍ଟ ମଧ୍ୟ ଦାଖଲ କରିବ କ୍ରାଇମବ୍ରାଞ୍ଚ ।

ସୂଚନା ଅନୁସାରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ ଓ ଦ୍ୱିତୀୟରେ ପୁରୁଣା ଝଗଡ଼ା । ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ୱୀକାର କରି ସାରିଛି ଗୋପାଳ । ହତ୍ୟାର କାରଣ ବି କହି ସାରିଛି ଅଭିଯୁକ୍ତ । ବ୍ୟକ୍ତିଗତ କାରଣ ପାଇଁ ଗୁଳି ମାରିଥିବା କହିଛି । ଅହମ୍ମଦାବାଦର DFSSରେ ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟରେ ମଧ୍ୟ ଏକଥାକୁ ସେ ସ୍ୱୀକାର କରିଛି । କେମିତି ହତ୍ୟା କରିଥିଲା, ଏହାର ଡେମୋ ଦେଖାଇଛି ଗୋପାଳ । ଜାନୁଆରୀ ୨୯ରେ ହୋଇଥିଲା ହତ୍ୟାକାଣ୍ଡ। ୧୨୦ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ ଦାଖଲର ନିୟମ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.