ଗଜପତିରେ ୪ ଦିନିଆ ସଟ୍‌ଡାଉନ, ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଗଜପତି: କରୋନା ଚେନ୍‌ରେ ବ୍ରେକ ଲଗାଇବାକୁ ଗଜପତି ଜିଲ୍ଲା ପ୍ରଶାସନ ଏକ କଡା ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତ୍ୟେକ ସପ୍ତାହରେ ୪ ଦିନ ପାଇଁ ସଟ୍‌ଡାଉନ ହେବ ଜିଲ୍ଲା । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାରରୁ ରବିବାର ଯାଏ ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ ଜିଲ୍ଲା । ଏହା ସହ ପାରଳାଖେମୁଣ୍ଡି ପୌରାଞ୍ଚଳ,କାଶୀନଗର NAC ସମେତ ସବୁ ବ୍ଲକର ସଦରମହକୁମା ବି ସଟ୍‌ଡାଉନ ରହିବ । ସେହିପରି ୪ଟି ପଞ୍ଚାୟତ ରାଣିପେଣ୍ଠା, କେରାଣ୍ଡି, ଝାମି ଓ କତଳକଇଠାକୁ ସଟ୍‌ଡାଉନ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.