Below header

ଗଞ୍ଜାମ: ମାସ୍କ ପିନ୍ଧି ଆସିବନି ତ ରାସନ ସାମଗ୍ରୀ ମିଳିବନାହିଁ, ନିୟମକୁ କଡାକଡ଼ି କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ): ଆଜି ଠାରୁ ଘରୁ ପଦାକୁୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । ଆଜି ଠାରୁ ସକାଳ ୭ ଟା ରୁ ଏହି ନିର୍ଦ୍ଦେଶ ସାରା ରାଜ୍ୟରେ ଲାଗୁ ହେବା ନେଇ ଆଗରୁ ଘୋଷଣା କରିସାରିଥିଲେ ରାଜ୍ୟ ସରକାର । ରାଜ୍ୟସରକାରଙ୍କ ଏହି ନିୟମକୁ କଡାକଡି ଭାବେ ଲାଗୁକରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ମାସ୍କ ପିନ୍ଧି ଆସିଲେ ରାସନ ସାମଗ୍ରୀ ମିଳିବ ନଚେତ ରାସନ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

କେବଳ ରାସନ ନୁହେଁ ଏମିତିରେ ପନିପରିବା ମଧ୍ୟ ମିଳିବ ନାହିଁ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାପାଳ । ସମସ୍ତ ଦୋକାନୀ ଗୁଡିକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି ।ଏନେଇ ସମସ୍ତ ଦୋକାନ ଗୁଡିକ ଆଗରେ ସୂଚନା ଫଳକ ଝୁଲାଯିବ । ଦୋକାନୀମାନେ ଏହା ପାଳନ ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟୁଇଟ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.