କରୋନା ପାଇଁ ବିଶ୍ୱର ଆର୍ଥିକ ଅବସ୍ଥାରେ ହେବ ୫ ଟ୍ରିଲିୟନ୍‌ ଡଲାର କ୍ଷତି, ଏହାର ଭରଣା ପାଇଁ ଲାଗିଯିବ ୨ ବର୍ଷ

କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱ ଆର୍ଥିକ ଅବସ୍ଥାରେ ୫ ଟ୍ରିଲିୟନ (୫ ଲକ୍ଷ କୋଟି) ଡଲାର କ୍ଷତି ହେବାର ଆଶଙ୍କା ଦେଖାଯାଇଛି । ଓ୍ଵର୍ଲ୍ଡ ଷ୍ଟ୍ରିଟ୍‌ ବ୍ୟାଙ୍କ୍‌ ରିପୋର୍ଟ ଅନୁଯାୟୀ ଏହି ସ୍ଥିତି ସୁଧାରିବା ପାଇଁ ପ୍ରାୟ ୨ ବର୍ଷ ଲାଗିଯିବ । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ୧୯୩୦ ମସିହା ପରେ ଏହା ଦୁନିଆର ସବୁଠୁ ବଡ ଆର୍ଥିକ ସଙ୍କଟ ।

ଲକ୍‌ଡାଉନ୍‌ ହୁଏତ କିଛି ମାସ ପରେ ସରିଯିବ ହେଲେ ଆର୍ଥିକ ସଙ୍କଟ ପ୍ରାୟ ୨୦୨ ମସିହା ଯାଏ ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏକ ରିପୋର୍ଟ ଅନୁଯାୟୀ ଗୋଟିଏ ଦଶକ ପୂର୍ବରୁ ଏଭଳି ମାନ୍ଦା ଅବସ୍ଥା ଆସିଥିଲା ତେବେ ଏହାକୁ ସୁଧାରିବା ପାଇଁ ବେଶୀ ସମୟ ଲାଗି ନଥିଲା । ତେବ ଚଳିତ ସଙ୍କଟ ଭିନ୍ନ ପ୍ରକାରର ।

ଏହାକୁ ସୁଧାରିବା ପାଇଁ ପ୍ରତି ଦେଶ ନୂଆ ଯୋଜନା ତିଆରି କଲେ ବି ଆର୍ଥିକ ମାନ୍ଦାବସ୍ତାରୁ ମୁକୁଳିବା ପାଇଁ ବହୁତ କଷ୍ଟ କରିବାକୁ ପଡିବ । ଏଥର ବିଶ୍ୱ ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏହା ବିଶ୍ୱ ଜିଡିପିର ପ୍ରାୟ ୮ ପ୍ରତିଶତ ପାଖାପାଖି ହେବ ବୋଲି ଅର୍ଥ ବିଶାରଦମାନେ ପ୍ରକାଶ କରିଛନ୍ତି ।

ଅର୍ଥ ବିଶାରଦ ମାର୍ଗନ ଷ୍ଟେନ୍‌ଲୀଙ୍କ ଅନୁଯାୟୀ ବିକଶିତ ରାଷ୍ଟ୍ରମାନେ କରୋନା ପୂର୍ବରୁ ଥିବା ସ୍ଥତିରେ ପହଞ୍ଚିବା ପାଇଁ ୨୦୨୧ ମସିହା ତୃତୀୟ ଚରଣ ଯାଏ ଲାଗିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.