ଟ୍ରାକ୍ଟରରେ ନଦୀ ପାର ହୋଇ ମାଟ୍ରିକ୍‌ ପରୀକ୍ଷା ପାଇଁ ଯାଉଛନ୍ତି ଛାତ୍ରୀ

ବରଗଡ଼(କେନ୍ଯୁଜ୍): ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ନଦୀ ପାର ହେବାକୁ ପଡେ । ଏପରିକି ଛାତ୍ରୀମାନେ ଟ୍ରାକ୍ଟରରେ ଯାଆନ୍ତି ପରୀକ୍ଷା କେନ୍ଦ୍ର । ଏପରି ଏକ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ଏଦୃଶ୍ୟ ବରଗଡ଼ ପଦ୍ମପୁର ଅଞ୍ଚଳର । ଚର୍ଦାପାଲିରେ ଥିବା ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ପାଇଁ ଜଗଦଲପୁର ସ୍କୁଲକୁ ଯାଉଛନ୍ତି । ପରିକ୍ଷା ଦେବାକୁ ଯିବା ପାଇଁ ହେଲେ ଅଙ୍ଗ ନଦି ପାର ହେବାକୁ ପଡେ । ଏବେ ନଦୀରେ ସେତେ ମାତ୍ରାରେ ପାଣି ନଥିଲେ ମଧ୍ୟ ଛାତ୍ରୀମାନେ ଟ୍ରାକ୍ଟର ଯୋଗେ ସ୍କୁଲକୁ ଯାଉଛନ୍ତି । ଯିବା ଆସିବା ପାଇଁ କୌଣସି ସୁବିଧା ନଥିବାରୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ବର୍ଷା ଦିନେ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ଯିବା ଆସିବା ପାଇଁ କେବଳ ଡଙ୍ଗା ହିଁ ଏକମାତ୍ର ଭରସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.