ସୁନା ଦୋକାନ କାନ୍ଥ ଖୋଳି ଲୁଟ୍, ସାଇଣ୍ଟିଫିକ ଟିମ୍ ସହ ଭଦ୍ରକ ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ(କେନ୍ଯୁଜ୍): ସୁନା ଦୋକାନ କାନ୍ଥ ଖୋଳି ଲୁଟ । ଭଦ୍ରକ ସହରର ବାଇପାସ ନିକଟରେ ଥିବା ଏସପି ଗୋଲ୍ଡ ଦୋକାନରୁ ଲୁଟ୍‌ ହୋଇଛି । ବିଳମ୍ବିତ ରାତିରେ ଚୋର କାନ୍ଥ ଖୋଳି ଦୋକାନ ଭିତରକୁ ପଶିଥିଲେ । ତେବେ ଦୋକାନ ଲକରକୁ କାଟିପାରିନଥିଲା ଚୋର ।

ଲକର ବାହାରେ ଥିବା ରୁପା ମୂର୍ତ୍ତି ଓ ଅନ୍ୟାନ୍ୟ କିଛି ଜିନିଷ ଚୋରି ହୋଇଥିବା କୁହାଯାଉଛି । ତେବେ ଅନ୍ଯ କିଛି ଅଳଙ୍କାର ଚୋରି ହୋଇଛି କି ନାହଁ ତାହା ସ୍ପଷ୍ଟ ହୋଇନାହିଁ । ସିସିଟିଭି ଫୁଟେଜରେ ଚୋର ଦୋକାନ ଭିତରକୁ ପଶିଥିବା ଦେଖିବାକୁ ମିଳିଛି। ସାଇଣ୍ଟିଫିକ ଟିମ ସହ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.