ଏବେ ହ୍ୟାକରଙ୍କଠାରୁ ସୁରକ୍ଷିତ ରହିବ ସରକାରୀ ତଥ୍ୟ, ଓଡ଼ିଶା ସରକାର ଆରମ୍ଭ କଲେ ନୂଆ ଅଭିଯାନ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ନୂଆ ଅଧ୍ୟାୟ । ସାରା ବିଶ୍ୱ ଏବେ ସାଇବର ଅପରାଧୀଙ୍କ ପ୍ରତାଡ଼ନାର ଶିକାର ହେଉଥିବା ବେଳେ ସାଇବର ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଅଭିଯାନ । ହ୍ୟାକରମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସୁରକ୍ଷିତ ରଖିବା ପାଈଁ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଆରମ୍ଭ କରିଛି ଓଡ଼ିଶା । ଭୁବନେଶ୍ୱର ଓକାକ୍‌ ପରିସରରେ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ରକୁ ଉଦଘାଟିନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ଏପରି ଏକ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର କରାଯାଇଛି ।

ଯେଉଁଥିରେ ସାଇବର ଠକାମିକୁ ରୋକା ଯାଇପାରିବ । ସମସ୍ତ ଡାଟା ସୁରକ୍ଷିତ ରହିପାରିବ । ଏହା ଦ୍ୱାରା ସାଇବର ହ୍ୟାକ ମଧ୍ୟ ରୋକାଯାଇପାରିବ । ୨୦୧୭ରେ ରାଜ୍ୟରେ ୮୨୪ଟି ସାଇବର ଅପରାଧ ଘଟିଥିବା ବେଳେ ୨୦୧୮ରେ ଏହା ୮୪୩କୁ ବୃଦ୍ଧି ପାଇଥିଲା । ୨୦୨୦ରେ ୧୯୩୧ଟି ଓ ୨୦୨୧ରେ ୨୦୩୭ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.