ଭୋଜି ଖାଇବାକୁ ନେଇ ବରଯାତ୍ରୀଙ୍କ ଭିତରେ ହଣାକଟା ସାଙ୍ଗକୁ ମାରପିଟ୍‌, ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ

ବ୍ରହ୍ମଗିରି : ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ। ଭୋଜି ଖାଇବାକୁ ନେଇ ବରଯାତ୍ରୀ ବରଯାତ୍ରୀ ମଧ୍ୟରେ ହଣାକଟା, ମାରପିଟ୍‌। ଘଟଣା ଘଟିଛି ବ୍ରହ୍ମଗିରି ଅଞ୍ଚଳରେ। ରାୟପୁର ଓ ଘଣପଣ ଗାଁରୁ ଆସିଥିବା ବରଯାତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଘରପଣ ଗାଁର ୬ ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରେବଣା ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚିବାରୁ ଗଣ୍ଡଗୋଳକାରୀମାନେ ଛତ୍ରଭଂଗ ଦେଇଥିଲେ। ବ୍ରହ୍ମଗିରି ଥାନା କଲେଜ ଛକ ନିକଟ ସାଇ ମଣ୍ଡପରେ ଏହି ସଂଘର୍ଷ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.