ତେଜରାତି ଦୋକାନକୁ ସଉଦା କିଣିବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୯ଜଣ ଆହତ

ଯାଜପୁର ରୋଡ୍(କେନ୍ୟୁଜ): ଯାଜପୁର ଦାନଗଦି ଫାଣ୍ଡି ସିଙ୍ଗାଡ଼ିଆ ଗାଁରେ ଦୋକାନରୁ ସଉଦା କିଣିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ହେଲା ଗୋଷ୍ଠୀ ସଂଘର୍ଷ । ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଯେଉଁଥିରେ ୧୯ଜଣ ଆହତ ହୋଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ ପୋଲିସ ପହଁଚି ୧୨ରୁ ଉର୍ଦ୍ଧ୍ବ ଗଣ୍ଡଗୋଳକାରୀଙ୍କୁ ନିଜ ହେପଜତକୁ ନେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ମୁତାବକ ଗତକାଲି ରାତିରେ ଏହି ଗାଁରେ ଥିବା ଏକ ତେଜରାତି ଦୋକାନକୁ ସଉଦା କିଣିବାକୁ ସ୍ଥାନୀୟ କାରଖାନାରେ କାମ କରୁଥିବା କିଛି ଶ୍ରମିକ ଯାଇଥିଲେ। ସେଠାରେ ମିଶ୍ରି କିଣିବା କଥାକୁ ନେଇ ଦୋକାନୀ ଓ ଶ୍ରମିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଗ୍ରାମବାସୀ ମାନେ ଗଣ୍ଡଗୋଳକାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ। ପୋଲିସ ପହଁଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ଏହି ଘଟଣାରେ ସମସ୍ତ ଆହତ ମାନେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.