ବାଲୁକା ଚିତ୍ରକଳାରେ ନବବର୍ଷର ଶୁଭେଚ୍ଛା, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍):ବାଲୁକା ଚିତ୍ରକଳାରେ ନବବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଦେଇଛନ୍ତି । ଚଳିତ ବର୍ଷ ବାଲୁକା ଚିତ୍ର କଳାରେ ବାର୍ତ୍ତା ରହିଛି ପରିବେଶ ସୁରକ୍ଷା ।

ପରିବେଶକୁ ସୁରକ୍ଷା ଦେଲେ ଆମେ ବଂଚିବା ବାର୍ତା ଦେଇଛନ୍ତି ସୁଦର୍ଶନ । ସେହିପରି ପ୍ରତିବର୍ଷ ବେଳାଭୂମି ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା କରି ବିଶ୍ୱ ବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ । ମହାପ୍ରଭୁ ସାରା ବିଶ୍ୱକୁ କୋଭିଡ ମହାମାରୀରୁ ରକ୍ଷା କରିବା ନେଇ ସେ ପ୍ରାର୍ଥନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.