ନନ୍ଦନକାନନ ପରେ ବିଭିନ୍ନ ସ୍ଥାନରେ ବ୍ୟାପୁଛି ହର୍ପିସ୍‌ ଭୂତାଣୁ, ଚନ୍ଦକା ବନଖଣ୍ଡ ଅଧୀନ ବାଆଁରା ପଶିଆ ପଡିଆରେ ମାଈହାତୀ ଅସୁସ୍ଥ

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନ ପରେ ବିଭିନ୍ନ ସ୍ଥାନରେ ବ୍ୟାପୁଛି ହର୍ପିସ୍‌ ଭୂତାଣୁ। ଚନ୍ଦକା ବନଖଣ୍ଡ ଅଧୀନ ବାଆଁରା ପଶିଆ ପଡିଆରେ ମାଈହାତୀ ଅସୁସ୍ଥ ହୋଇଛି। ସ୍ଥାନୀୟ ଲୋକ ହାତୀକୁ ଦେଖି ଡମପଡ଼ା ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀଟି ହର୍ପିସ୍‌ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ବିଶେଷଜ୍ଞ ଦଳ । ଚିକିତ୍ସାର ଦୁଇ ଦିନ ପରେ ହାତୀଟି ସାମାନ୍ୟ ସୁସ୍ଥ ହୋଇଥିଲା । ହେଲେ ଆଜି ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଇଛି। ବନ ବିଭାଗ କର୍ମଚାରୀ ହାତୀ ଉପରେ ସଂପୂର୍ଣ୍ଣ ନଜର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.