ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ

ବାଲେଶ୍ବର (କେନ୍ୟୁଜ୍) : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ। ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଝାଡ଼ାବାନ୍ତି ଓ ଡେଙ୍ଗୁ ଚିକିତ୍ସା ପାଇଁ ନୂତନ ସୌଧନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୮୭ଲକ୍ଷ ୭୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ ଏବଂ ଲିଫ୍ଟ ବ୍ୟବସ୍ଥାର ଭୂମି ପୂଜା କରାଯାଇଛି। ୭୦ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଝାଡ଼ାବାନ୍ତି, ଡେଙ୍ଗୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ , ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ। ମେଡିକାଲ କଲେଜର ପରିସୀମା ବୃଦ୍ଧି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାର ଯଥେଷ୍ଟ ଆବଶ୍ୟକ ରହିଛି। ମେଡିକାଲ କଲେଜର ଚିକିତ୍ସା ଉନ୍ନତ ଓ ବିଶ୍ୱାସ ଯୋଗ୍ୟ ହେବା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏ ଦିଗରେ ମେଡିକାଲ କଲେଜର କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫାଳତା ହାସଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.