ସାଙ୍ଗର ବାହାଘର ପାର୍ଟିରେ ବାପାଙ୍କ ସହିତ ଝୁମି ଝୁମି ନାଚିଲେ କିଆରା ଆଡଭାନୀ, ଭିଡିଓ ଭାଇରଲ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ନିକଟରେ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ‘କବିର ସିଂ’ ଫେମ ନିଜ ବାପାଙ୍କ ସହିତ ‘କ୍ୟୁଟିପାଏ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଅଭିନେତ୍ରୀଙ୍କର ଏହି ଭିଡିଓ ତାଙ୍କର ଫ୍ୟାନ କ୍ଲବ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ କିଆରା ଆଡ଼ଭାନୀ ଓ ତାଙ୍କ ବାପାଙ୍କର ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ।

ଏହାସହ ପଢନ୍ତୁ କାହିଁକି ଟିକଟକ ଡିଲିଟ କରିଥିଲା ଏହି ଲେସବିୟନ କପୁଲଙ୍କ ଭିଡିଓ ?

ନିକଟରେ ଏହି ଅଭିନେତ୍ରୀ ତାଙ୍କର ଅପକମିଙ୍ଗ ଫିଲ୍ମ ‘ଇନ୍ଦୁ କି ଜୱାନି’ର ସୁଟିଂ ଶେଷ କରିଛନ୍ତି ଯାହାର ଭିଡିଓ ଏବଂ ଫଟୋ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ଫିଲ୍ମର ସବୁ କଳାକାର ଓ ୟୁନିଟ ସହିତ କେକ କାଟୁଥିବା ଦେଖିବାକୁ ମିଳିଛି । କିଆରା ‘ଭୁଲ ଭୁଲେୟା 2’ ବ୍ୟତୀତ ଅକ୍ଷୟ କୁମାରଙ୍କ ସହିତ ‘ଲକ୍ଷ୍ମୀ ବମ୍ବ’ରେ ମଧ୍ୟ ଦେଖିବାକୁ ମିଳିବେ ଯାହାକି 2020 ରେ ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ତେବେ କିଆରା ଆଡ଼ଭାନୀଙ୍କର ନିକଟରେ ସହିଦ କପୁରଙ୍କ ସହିତ ଆସିଥିବା ଚଳଚ୍ଚିତ୍ର ‘କବିର ସିଂ’ ବହୁତ ଲୋକପ୍ରିୟତା ହାସିଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.