କଲବଲ କରିବ ତାତି: ସ୍ୱାଭାବିକ ଠାରୁ ୩ ଡିଗ୍ରୀ ଯାଏ ବଢିବ ପାରଦ

ଭୁବନେଶ୍ୱର(କେନ୍ୟୁଜ୍): ୩ ଡିଗ୍ରୀ ଯାଏ ବଢିବ ପାରଦ । କଲବଲ କରିବ ତାତି । ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଯାଏ ବଢିବ ପାରଦ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ୪୦ ଡିଗ୍ରୀ ଉପରେ ୪ଟି ସହରର ତାପମାତ୍ରା ରହିଥିଲା । ୪୧.୪ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ବଲାଙ୍ଗିରରେ ୪୧.୩ ଡିଗ୍ରୀ ରହିଥିଲା ତାପମାତ୍ରା । ସେପଟେ ଉପକୂଳ ଓଡିଶା ସମେତ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.