ବେଲାରୁଷ୍‌ ଦେଲା ‘ତୃତୀୟ ବିଶ୍ୱଯୁଦ୍ଧ’ ଚେତାବନୀ! ୟୁକ୍ରେନ ବିରୋଧରେ ରୁଷ୍‌କୁ କରୁଛି ସମର୍ଥନ

ହେବ କି ତୃତୀୟ ବିଶ୍ୱଯୁଦ୍ଧ। ବେଲାରୁଷ୍‌ର ପ୍ରମୁଖ ନେତା ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନରେ ପାଶ୍ଚାତ୍ୟ ଶାନ୍ତିରକ୍ଷକ ଫୋର୍ସ ମୁତୟନ କରିବା ସମ୍ବନ୍ଧରେ ପୋଲାଣ୍ଡର ପ୍ରସ୍ତାବ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ଗତ ସପ୍ତାହରେ ପୋଲାଣ୍ଡର ଶାନ୍ତି ମିଶନ ପ୍ରସ୍ତାବ ଆଡ଼କୁ ଈଶାରା କରି ବେଲାରୁଷ୍‌ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେଙ୍କୋ ଏହା କହିଛନ୍ତି। ତାଙ୍କ ଅର୍ଥରେ ତୃତୀୟ ବିଶ୍ୱଯୁଦ୍ଧ ହେବ। ଲୁକାଶେଙ୍କୋ କହିଛନ୍ତି କି, ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଚାପପୂର୍ଣ୍ଣ ରହିଛି। କହି ରଖୁଛୁ, ବେଲାରୁଷ୍‌ ହେଉଛି ରୁଷର ସହଯୋଗୀ, ଯିଏ ରୁଷକୁ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ନିଜ ଅଞ୍ଚଳ ବ୍ୟବହାରକୁ ଅନୁମତି ଦେଇଛି।

ଖାଦ୍ୟ ଭଣ୍ଡାରକୁ ଟାର୍ଗେଟ କରୁଛନ୍ତି ରୁଷ ସୈନ୍ୟ

ୟୁକ୍ରେନର ଉତ୍ତରରେ ଥିବା ଚେର୍ନିହିଭ ସହରର ଜଣେ ସରକାରୀ ଅଧିକାରୀ କହିଛନ୍ତି, ରୁଷୀୟ ସୈନ୍ୟ ଜାଣିଶୁଣି ୟୁକ୍ରେନ ଖାଦ୍ୟ ଭଣ୍ଡାରକୁ ଟାର୍ଗେଟ କରୁଛନ୍ତି। ଚଳିତ ସପ୍ତାହରେ ଏକ ଏୟାର ଷ୍ଟ୍ରାଇକରେ ଦେସନା ନଦୀ ବ୍ରିଜ୍‌ ନଷ୍ଟ ହୋଇଯାଇଛି। ଏହି ବ୍ରିଜ୍‌ ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ଦକ୍ଷିଣକୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ନେବାଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଥିଲା। ସହର ପରିଷଦ ସଚିବ ଆଲେକ୍ସଜାଣ୍ଡର ଲୋମାକୋ କହିଛନ୍ତି, ଏହି ବ୍ରିଜ୍‌ ଜରିଆରେ ହିଁ ମାନବୀୟ ସହାୟତା, ଔଷଧ ଏବଂ ଖାଦ୍ୟ ପରିବହନ ହେଉଥିଲା। ଯଦିଓ ସେ ଦାବି କରିଛନ୍ତି ଯେ ସହର ପୂରାପୂରି ୟୁକ୍ରେନ ସୈନ୍ୟମାନଙ୍କ କବ୍‌ଜାରେ ରହିଛି।

ୟୁକ୍ରେନରେ ମାନବୀୟ ସଙ୍କଟ ପାଇଁ ରୁଷ୍‌ ଦାୟୀ: ମିଳିତ ଜାତିସଂଘ

ମିଳିତ ଜାତିସଂଘ ମହାସଭା ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରି ୟୁକ୍ରେନରେ ମାନବୀୟ ସଙ୍କଟ ପାଇଁ ରୁଷକୁ ଦାୟୀ କରିଛି। ପ୍ରସ୍ତାବରେ ତୁରନ୍ତ ଯୁଦ୍ଧ ବିରାମ ଲାଗୁ କରିବା ଏବଂ ଲକ୍ଷ ଲକ୍ଷ ନାଗରିକଙ୍କ ସମେତ ଘର, ସ୍କୁଲ ଓ ହସ୍ପିଟାଲଗୁଡ଼ିକୁ ସୁରକ୍ଷା କରିବାକୁ ଅପିଲ କରାଯାଇଛି। ଗୁରୁବାର ଏହି ପ୍ରସ୍ତାବ ୫ ତୁଳନାରେ ୧୪୦ ମତରେ ପାରିତ ହୋଇଛି। ପ୍ରସ୍ତାବ ବିରୋଧରେ ମତଦାନ କରିଥିବା ୫ ଦେଶ ହେଉଛନ୍ତି ବେଲାରୁଷ୍‌, ସିରିଆ, ଉତ୍ତର କୋରିଆ, ଇରିଟ୍ରିଆ ଓ ରୁଷିଆ। ପ୍ରସ୍ତାବରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ସମୁଦାୟ ବିଗତ କିଛି ଦଶନ୍ଧି ମଧ୍ୟରେ ଏତେ ବଡ଼ ମାନବୀୟ ସଙ୍କଟ ୟୁରୋପରେ କେବେ ଦେଖି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.