ପୁରୀ(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି। ପୁରୀରେ ବି ପ୍ରବଳ କୁହୁଡି। ଆଜି ପୁରୀରେ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ, ଶ୍ରୀମନ୍ଦିର ଲୁଚି ଯାଇଥିଲା। ସକାଳୁ ସକାଳୁ ସିଂହଦ୍ୱାର ମଧ୍ୟ ଦୃଶ୍ୟମାନ ହୋଇନଥିଲା। ବଡଦାଣ୍ଡ ମଧ୍ୟ ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି। ଯାହାଫଳରେ ଲୋକମାନଙ୍କୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।