Below header

ସମ୍ଭାବ୍ୟ ବାତ୍ୟା ପାଇଁ ୧୧ ଜିଲ୍ଲାକୁ ହାଇଆଲର୍ଟ, ୧୭ ଏନ୍‌ଡିଆରଏଫ ଓ ୨୦ ଓଡ୍ରାଫ ୟୁନିଟ ପ୍ରସ୍ତୁତ

କେନ୍ୟୁଜ୍(ବ୍ୟୁରୋ) : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୧୧ ଜିଲ୍ଲାକୁ ହାଇଆଲର୍ଟ। ଉପକୂଳ ଜିଲ୍ଲାଗୁଡିକରେ ଆରମ୍ଭ ହୋଇ ସାରିଛି ବାତ୍ୟାମୁକାବିଲା ପ୍ରସ୍ତୁତି। ପର୍ଯ୍ୟାପ୍ତ ଉଦ୍ଧାରକାରୀ ଦଳ ପ୍ରସ୍ତୁତ। ବର୍ତ୍ତମାନ ୧୭ ଏନ୍‌ଡିଆରଏଫ ଓ ୨୦ ଓଡ୍ରାଫ ୟୁନିଟଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି। ଏମାନଙ୍କୁ ସମ୍ଭାବ୍ୟ ପ୍ରଭାବିତ ଅଂଚଳକୁ ପଠାଯିବ।

ଉପକୂଳ ଜିଲ୍ଲାରେ ଯେତେ ଫାୟର ସର୍ଭିସ ଟିମ୍‌ ଅଛନ୍ତି ସେମାନଙ୍କ ସଜାର ରହିବାକୁ କୁହାଯିବା ସହ ଅନ୍ୟ ସ୍ଥାନରୁ ଅତିରିକ୍ତ ୧୦୦ ଫାୟର ସର୍ଭିସ ଟିମ୍‌ ଆସିବେ। ଗଛପଡି ରାସ୍ତାଘାଟ ଅବରୋଧ ହେଲେ ତାକୁ ହଟାଇବାକୁ ଜଙ୍ଗଲ ବିଭାଗର କଟର ଟିମ୍‌ ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ସରିଛି। କୋଭିଡ୍‌ ନିୟମମାନି ଯେପରି ଉଦ୍ଧାର କାର୍ଯ୍ୟ କରାଯିବ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି। ସେପଟେ ପୂର୍ବତଟ ରେଳବାଇ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖଠାରୁ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିବା ୭୪ ଯୋଡ଼ା ସ୍ୱତନ୍ତ୍ର ଏକ୍ସପ୍ରେସକୁ ବାତିଲ କରିଛନ୍ତି।. ଜାରି ହୋଇ ସାରିଛି ଆଲର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.