ବିଭିନ୍ନ ଜାତୀୟ ସ୍ତର ଏଣ୍ଟ୍ରାନ୍ସ ପାଇଁ ସରକାର ଦେବେ ମାଗଣା କୋଚିଂ, ରାଜ୍ୟର ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ

କେନ୍ୟୁଜ୍(ବ୍ୟୁରୋ):  ୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷା କୋଚିଂ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ନିଟ୍‌, ଆଇଆଇଟି, ଜେଇଇ ଓ NDA ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ । ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଜାନୁଆରୀ ୧୫ ପୂର୍ବାହ୍‌ଣ ୧୧ଟାରେ ପରୀକ୍ଷା କରାଯିବ ।

ଅର୍ଥାଭାବ ଯୋଗୁଁ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ଶିକ୍ଷାରୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଯେଭଳି ବଞ୍ଚିତ ହେବେନି ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଧାନ୍ଯ ଦିଆଯାଉଛି । ଅଭିଭାବକଙ୍କର ବାର୍ଷିକ ଆୟ ୬ ଲକ୍ଷରୁ କମ୍‌ ରୋଜଗାର ଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । +୨ କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ଯକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ । ୩୦ ଜିଲ୍ଲାରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ ପ୍ରଶିକ୍ଷଣ ନ ନେଲେ ଅପେକ୍ଷା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.