ଢେଙ୍କାନାଳ: ମହାଶିବରାତ୍ରୀରେ ଶିବ ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୩ ଭକ୍ତ ଗୁରୁତର

କେନ୍ୟୁଜ୍(ବ୍ୟୁରୋ): ମହାଶିବରାତ୍ରୀରେ ଶିବ ଦର୍ଶନ ବେଳେ ମହୁମାଛି ଆକ୍ରମଣ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକର ନିମେଇପୁର ଗାଁରେ ଅଘଟଣ ଘଟିଛି। ଶିବ ମନ୍ଦିର ପରିସରରେ ମହୁମାଛି ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପଙ୍କଜଲୋଚନ ଦାସ ଓ ତାଙ୍କ ପୁଅ ଓ ଝିଅ। ଦୁଇ ଜଣଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହୁମାଛି ଆକ୍ରମଣ ପରେ ମନ୍ଦିର ପରିସର ଶୂନଶାନ ହୋଇ ଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.