ଜାଗାକୁ ନେଇ ୨ ପରିବାର ଭିତରେ ଗଣ୍ଡଗୋଳ, ଆକ୍ରମଣ ସହ ଘର ପୋଡି ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍):  ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ସହ ଘର ପୋଡି ଅଭିଯୋଗ । ଆକ୍ରମଣରେ ଉଭୟ ପକ୍ଷରୁ ୨ଜଣ ଆହତ ହୋଇଥିବା ବେଳେ ୧ବଖରା ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ।

house burnt

ଅଭିଯୋଗ ମୁତାବକ ବାଂଶଡା ଥାନା ଖଦାଳପୋଖରୀ ବିରିଆଡିଆ ଗ୍ରାମରେ ୨ପରିବାରଙ୍କ ଭିତରେ ଏକ ଘରୋଇ ଜାଗାକୁ ନେଇ ବିବାଦ ରହିଥିଲା । ଏହି ଜାଗାକୁ ନେଇ ୨ପରିବାର ଭିତରେ ଗଣ୍ଡଗୋଳ ଘଟିଥିବାର ଦେଖିବାକୁ ମିଳିଛି । ତେବେ ଉଭୟ ତରଫରୁ ୨ଜଣ ଆହତ ହୋଇଥିବା ବେଳେ ଘଂଟେଶ୍ୱର ପୋଲିସ ପହଁଚି ତଦନ୍ତ କରିବା ସହ ୬ଜଣକୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.