ଜଟଣୀ: ସରକାର କା ମାଲ୍ ଦରିଆ ମେ ଡାଲ୍, ପୁଣି  ନାଳରେ ଭାସିଲା ସରକାର ମେଡିସିନ

ଖୋର୍ଦ୍ଧା(କେନ୍ୟୁଜ୍): ପୁଣି  ନାଳରେ ଭାସିଲା ସରକାର ଯୋଗାଉଥିବା ମେଡିସିନ।  ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ରାଜା ବଜାର ଅଞ୍ଚଳରେ। ରାଜା ବଜାର ମୁଖ୍ୟ ନାଳରେ ମେଡିସିନ ଗୁଡିକ ଭାସୁଥିବାର ଦେଖିବାକୁ ମିଳିଥିଲା। ଆଜି ଜୋରରେ ବର୍ଷା ହେବା କାରଣରୁ ନାଳ ଜାମ୍ ହୋଇ ମେହିସିନ ବସ୍ତାଟି ବାହାରକୁ ବାହାରି ଆସିଥିଲା। ସେହି ଅଚଳରେ କାବୁଲି ମହାରଣା  ନାମକ ଜଣେ ବ୍ୟକ୍ତି ଏହାକୁ ଦେଖିବାକୁ ପାଇଥିଲେ ।

ନାଳରେ  ମେଡିସିନ ଭାସୁଥିବାର ଦେଖି କାବୁଲି  ତାହାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଏତେଗୁଡାଏ ମେଡିସିନ କିଏ ଓ କେଉଁଠୁ ଆଣି ପକାଇଛି ତାହାକୁ ଜଣାପଡିନଥିବା ବେଳେ  ଏ ସଂକ୍ରାନ୍ତରେ ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.