ଏତେ ରାଗ ! ଟାଙ୍ଗିଆରେ ସ୍ତ୍ରୀର ମୁଣ୍ଡକୁ ହାଣି ହତ୍ୟା କଲା ସ୍ୱାମୀ

ରେଢ଼ାଖୋଲ (କେନ୍ୟୁଜ୍‌) : ସ୍ୱାମୀ ସାଜିଲା ସଇତାନ। ଯାହାକୁ ହାତ ଧରି ବାହା ହୋଇଥିଲା ତାକୁ ପଠାଇଦେଲା ଯମପୁରକୁ। ଟାଙ୍ଗିଆରେ ସ୍ତ୍ରୀର ମୁଣ୍ଡକୁ ହାଣି ହତ୍ୟା କଲା ସ୍ୱାମୀ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଘୁସୁରୀଆବାହାଲ ଗାଁରେ। ଗତକାଲି ରାତିରେ କୌଣସି କାରଣରୁ ସ୍ୱାମୀ ପ୍ରମୋଦ ଭଏସା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଝଗଡା ଏତେ ଭୟଙ୍କର ରୂପ ନେଲା ଯେ ଏଥିରେ ଉତ୍କ୍ଷିପ୍ତ ହୋଇ ସଇତାନ ସ୍ୱାମୀ ସ୍ତ୍ରୀର ମୁଣ୍ଡକୁ ହାଣି ଦେଇଥିଲେ। ଏହି ସମୟରେ ପ୍ରମୋଦ ନିଶାସକ୍ତ ଅବସ୍ଥାରେ ଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.