ସ୍ତ୍ରୀକୁ ମାରି ପୋଡ଼ିଦେଲା ସ୍ୱାମୀ: ପରିତ୍ୟକ୍ତ ଘରୁ ଦରପୋଡ଼ା ଶବ ଜବତ ପରେ ଗିରଫ କଲା ପୋଲିସ

ଭୁବନେଶ୍ବର (କେନ୍ୟୁଜ): ପତ୍ନୀହନ୍ତା ସ୍ୱାମୀକୁ କଲାକର୍ମ ପାଇଁ ମିଳିଲା ଫଳ। କୋରଡକଣ୍ଟାରେ ପତ୍ନୀକୁ ହତ୍ୟା କରିବା ଘଟଣାରେ ସ୍ୱାମୀ ଗିରଫ। ମଞ୍ଚେଶ୍ୱର ପୋଲିସ ଦ୍ୱାରା ସ୍ୱାମୀ ବିଦ୍ୟାଧର ନାୟକ ଗିରଫ ହୋଇଛି । ସ୍ତ୍ରୀ ରିତା ନାୟକଙ୍କୁ ର୍ନିମମ ଭାବେ ହତ୍ୟା କରିଥିଲା ସ୍ୱାମୀ। ପ୍ରଥମେ ତଣ୍ଟି ଚିପି ପରେ ପୋଡିବାକୁ ଉଦ୍ୟମ କରିଥିଲା । ଗତ ୨୮ ତାରିଖରେ ଘଟିଥିଲା ଏହି ଘଟଣା।

ଗତକାଲି କୋରଡ଼କଣ୍ଟାର ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ରିତା ନାୟକଙ୍କ ଭାଇ ହେରମ ନାୟକ ଭଉଣୀ ନିଖୋଜ ନେଇ ଅଭିଯୋଗ କରିବା ପରେ ମଞ୍ଚେଶ୍ୱର ଓ ସହୀଦନଗର ପୋଲିସ ଘଟଣାର ଛାନଭିନ ଚଳାଇଥିଲେ । ଏହାପରେ ଦୁଇ ଥାନାର ସୀମାରୁ ମିଳିଥିଲା ମୃତଦେହ। ମୃତ ମହିଳାଙ୍କ ଘର ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.