ଅମାନିଆମାନେ ସାବଧାନ, ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା ଦେବ

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ନେଈ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା । ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ ନେଇ ଲୋକଙ୍କୁ  କଲେ  ଅପିଲ୍। ଆଜିଠୁ ସଂକଳ୍ପ ନେବା ଆମେ ସମସ୍ତେ ମାସ୍କ ପିନ୍ଧିବା। ମାସ୍କ ନପିନ୍ଧିଲେ ଦୁଇଗୁଣା  ଫାଇନ ଆଦାୟ ହେବ। ଏହା ସହ  ମୁଖ୍ୟମନ୍ତ୍ରୀ କହିଛନ୍ତି  ଏବେ  କରୋନାର ଦ୍ବିତୀୟ ଲହରୀ  ଚାଲିଛି। ଅନେକ ଜାଗାରେ ତୃତୀୟ  ଲହରୀ ଚାଲିଲାଣି। ଆମକୁ କେତେ କରୋନା ଲହରୀ ମୁକାବିଲା କରିବାକୁ ପଡ଼ିବ ତାହା କେହି ଜାଣନ୍ତିନି । ଯଦି ଆମେ ମାସ୍କ ପିନ୍ଧିବା ତେବେ କରୋନା ଠାରୁ ସୁରକ୍ଷା ପାଇବା । ତେଣୁ ମାସ୍କ ହେଉଛି ଆମର ସୁରକ୍ଷା କବଚ।

ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି  ମା ମାନେ ନିଜେ  ଘରର ସୁରକ୍ଷା ଦାୟିତ୍ବ ନିଅନ୍ତୁ। ଯଦି ମା ମାନେ ସତର୍କ ହେବେ ତେବେ ଘରକୁ  କରୋନା ପସିପାରିବନି। ଘର ଭିତରେ ମା ମାନେ ନିଜ ଲୋକଙ୍କୁ ଜଗନ୍ତୁ  ବାହାରେ ସରକାର ଜଗିଛନ୍ତି।  ଏହା ଦ୍ବାରା କରୋନାକୁ ମାତ ଦେଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.