ଭାରତୀୟ ଡାକ୍ତରଙ୍କ ପକ୍ଷରୁ ମିଳିଲା ସୂଚନା, RT-PCRର କୋଭିଡ ରିପୋର୍ଟ ହୋଇପାରେ ଭୁଲ

ରାପିଡ ଆଣ୍ଟିଜେନ ଟେଷ୍ଟ ଓ RT-PCRରେ ଆସୁଥିବା ରିପୋର୍ଟ ହୋଇପାରେ ଭୁଲ। ଏହି ଟେଷ୍ଟିଂରେ ଯଦି ଆପଣଙ୍କ ରିପୋର୍ଟ ନେଗେଟିଭ ଆସେ, ତେବେ ଆପଣ ତା’କୁ ସଠିକ୍‌ ଭାବିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା। ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସେହିଭଳି କିଛି ତଥ୍ୟ ଯାହା ଆପଣଙ୍କ ଚିନ୍ତା ବଢ଼ାଇବ। ଟାଇମ୍ସ ଅଫ ଇଣ୍ଡିଆର ସର୍ଭେ ଅନୁଯାୟୀ, ରାପିଡ ଆଣ୍ଟିଜେନ ଟେଷ୍ଟ ଓ RT-PCRକୁ ଗୋଲ୍ଡ ଷ୍ଟାଣ୍ଡାର୍ଡ ଟେଷ୍ଟିଂ କିଟ୍‌ କୁହାଯାଏ। ଏଥିରୁ ବାହାରୁଥିବା ରିପୋର୍ଟ ସଠିକ୍‌ ବୋଲି ଧରାଯାଏ। ଅର୍ଥାତ ନେଗେଟିଭ ରିପୋର୍ଟ ଆସିଲେ ଆପଣ କରୋନା ସଂକ୍ରମିତ ନୁହଁନ୍ତି ।

କିନ୍ତୁ ଏହାକୁ ଭୁଲ ପ୍ରମାଣ କରିଛନ୍ତି ଗୁଜୁରାଟ ଡାକ୍ତର। ଗୁଜୁରାଟ ଡାକ୍ତରଙ୍କ ସାମ୍ନାରେ ଲଗାତାର ଭାବେ ଏମିତି କେସ୍‌ ସାମ୍ନାକୁ ଆସିଲାଣି। ଯେଉଁଠି RT-PCR ଟେଷ୍ଟରେ ରୋଗୀର ରିପୋର୍ଟ ନେଗେଟିଭ ଆସିଛି ସତ; କିନ୍ତୁ ହାଇ ରିଜୋଲ୍ୟୁସନ CT(HRCT)ରେ ସେମାନଙ୍କ ଫୁସଫୁସ୍‌ ଇନଫେକସନ୍‌ ହୋଇଥିବାର ସୂଚନା ମିଳିଛି। ଭାରତରେ କିଛି ଦିନ ପର୍ଯ୍ୟନ୍ତ କରୋନାର ପ୍ରକୋପ କମିଥିବାର ଦେଖିବାକୁ ମିଳିଥିଲା। ମାତ୍ର ଏବେ ପୁଣି ଏହାର ପ୍ରଭାବ ବଢ଼ୁଥିବାର ଦେଖିବାକୁ ମିଳିଛି।

rtpcrf43
pc: IamExpat

ଏହି ସମସ୍ୟାକୁ ଦେଖି ଭଦୋଦରା ନଗର ନିଗମ ଏକ ନୋଟିଫିକେସନ ଜାରି କରି କହିଛନ୍ତି ଯେ, କୋଭିଡ ୧୯ର ନୂଆ ଷ୍ଟ୍ରେନରେ RT-PCRରେ ପିଜିଟିଭ ରିପୋର୍ଟ ଆସିବା ଜରୁରୀ ନୁହେଁ। ଏଥିପାଇଁ ଇନସୁରାନ୍ସ କମ୍ପାନୀ ଓ ଥାର୍ଡ଼ ପାର୍ଟି ଆଡମିନିଷ୍ଟ୍ରେଟର୍ସ ତାଙ୍କୁ କୋଭିଡ ସଂକ୍ରମିତଙ୍କ ଭଳି ଚିକିତ୍ସା କରିବା ଉଚିତ୍‌।

ଏପିଡୋମିକ ଡିଜିଜ୍‌ ଆକ୍ଟ ଅନୁଯାୟୀ ନଗର ନିଗମ ପକ୍ଷରୁ ଆଦେଶ ଜାରି କରାଯାଇଛି,‘ ଯଦି RT-PCRରେ କାହାର ରିପୋର୍ଟ ନେଗେଟିଭ ଆସୁଛି, କିନ୍ତୁ HRCT ଓ ଲ୍ୟାବ୍‌ ଇନଭେଷ୍ଟିଗେସନରେ ସଂକ୍ରମିତ ହେବାର ସୂଚନା ମିଳିଲେ, ତେବେ ତାଙ୍କୁ କୋଭିଡ ରୋଗୀ ମନାଯାଇ ତାଙ୍କର ଚିକିତ୍ସା କରାଯିବ।

rtpcrf4390ooo

ରାଜକୋଟରେ କ୍ରିଟକାଲ କେୟାର ସ୍ପେଶାଲିଷ୍ଟ ଡ.ଜୟେଶ ଡୋବରିଆ କହିଛନ୍ତି ଯେ, ‘ ରାଜକୋଟରେ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ଯେୁଉଁଠି ଲୋକଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି ମାତ୍ର ସିଟିସ୍କାନରେ ନିମୋନିଆ ଲକ୍ଷଣ ଦେଖାଦେଇଛି। ତେଣୁ ଏହିସବୁ କାରଣରୁ RT-PCRର ରିପୋର୍ଟକୁ ସତ ମାନିବାକୁ ଡାକ୍ତରଙ୍କ ପକ୍ଷରୁ ସୂଚିତ କରାଯାଇଛି। ଏହାସହ କରୋନା ପାଇଁ ସତର୍କ ରହିବାକୁ ମଧ୍ୟ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.