ଟମାଟୋ ଚଟଣୀ ତ ବହୁତ ଖାଇଥିବେ, କିନ୍ତୁ ଥରେ ଏହି ମସଲା ମିଶାଇ ଦେଖନ୍ତୁ ମିନିଟରେ ବଦଳିଯିବ ସ୍ବାଦ

ସ୍ନାକ୍ସ ହେଉ ଅବା ଲଞ୍ଚ କିମ୍ବା ଡିନର ଚଟଣୀ ସମସ୍ତ ଖାଦ୍ଯର ଟେଷ୍ଟକୁ ବଢାଇଦେଇଥାଏ। ଭାରତୀୟ ଘରେ ବିଭିନ୍ନ ପ୍ରକାର ଚଟଣୀ ପ୍ରସ୍ତୁତ କରାଯାଏ। ଆପଣ ଅନେକ ପ୍ରକାର ଚଟଣୀ ଖାଇଥିବେ କିନ୍ତୁ କେବେ ଟମାଟୋରେ ପ୍ରସ୍ତୁତ ଖଟାମିଠା ଚଟଣୀ ଖାଇନଥିବେ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଟମାଟୋରେ ପ୍ରସ୍ତୁତ ଖଟାମିଠା ଚଟଣୀ।

ଆବଶ୍ଯକ ସାମଗ୍ରୀ: ଟମାଟୋ, ୧ ବଡ ଚାମଚ ବଙ୍ଗାଳୀ ପାଞ୍ଚ ମସଲା(ମେଥି, ଜିରା, ପାନମଧୁରୀ, ଜୁଆଣୀ, କଳାଜିରା), ୧ କପ ଚିନି, ୧ ଛୋଟ ଚାମଚ ଗୁଣ୍ଡ କଟା ହୋଇଥିବା ଅଦା, ୧/୪ ଛୋଟ ଚାମଚ ଲଙ୍କା ପାଉଡର, ୧/୪ ଛୋଟ ଚାମଚ ଗୋଲମରିଚ ପାଉଡର, ସ୍ବାଦାନୁଯାୟୀ ଲୁଣ, ୧ ଚାମଚ ସୋରିଷ ତେଲ।

tamato1

ପ୍ରସ୍ତୁତି ପ୍ରଣାଳୀ: ମିଡିୟମ ଆଞ୍ଚଳରେ ଏକ କଡେଇରେ ସୋରିଷ ତେଲ ଗରମ କରନ୍ତୁ। ଏହା ଗରମ ହେବା ପରେ ବଙ୍ଗାଳୀ ପାଞ୍ଚ ମସଲା ପକାଇ ୧୦ ସେକେଣ୍ଡ ପାଇଁ ଭାଜନ୍ତୁ। ତା’ପରେ ଅଦା ପକାଇ ଟିକେ ଭାଜନ୍ତୁ।

ପରେ ଏଥିରେ ଟମାଟୋ ପକାଇ ଢାଙ୍କିଦିଅନ୍ତୁ। ୬ରୁ ୭ ମିନିଟ ପର୍ଯ୍ଯନ୍ତ ଏହାକୁ ଢାଙ୍କିବା ପରେ ଚିନି ସହିତ ୧/୩ କପ ପାଣି ଦିଅନ୍ତୁ ଆଉ ଭଲ ଭାବେ ଫୁଟାଇଦିଅନ୍ତୁ। ଏହା ଭଲ ଭାବେ ଫୁଟିଗଲା ପରେ ସେଥିରେ ଲଙ୍କା ପାଉଡର ଏବଂ ଗୋଲମରିଚ ପକାଇ ମିଡିଅମ ଆଞ୍ଚରେ ଫୁଟିବାକୁ ଦିଅନ୍ତୁ। ଏହା ୩-୪ ମିନିଟ ଫୁଟିବା ପରେ ଆଞ୍ଚରୁ ଓହ୍ଲାଇଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ଖଠାମିଠା ଚଟଣୀ। ଏହା ପରେ ସ୍ନାକ୍ସ କିମ୍ବା ପରଟା ସହିତ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.