୧୫ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ , ରାଜ୍ୟରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

୨୪ ଘଣ୍ଟାରେ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ। ବର୍ଷା ସହ ଘନ ଘନ ବଜ୍ରପାତ ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପ୍ରଥମ ଲଘୁଚାପ ପରେ ଦ୍ବିତୀୟ ଲଘୁଚାପ ପ୍ରଭାବରେ ବାରୀ ବର୍ଷା ହେବ।

୨୪ ଘଣ୍ଟାରେ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ। ବର୍ଷା ସହ ଘନ ଘନ ବଜ୍ରପାତ ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପ୍ରଥମ ଲଘୁଚାପ ପରେ ଦ୍ବିତୀୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ।

୧୫ ତାରିଖ ଯାଏ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ପାଣିପାଗ ବିଭାଗ। ପ୍ରଥମ ଲଘୁଚାପ ପ୍ରଭାବରେ ୧୦ ଯାଏ ବର୍ଷା ହେବ। ୧୧ରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୩ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆଜି ସାରା ରାଜ୍ୟକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୪ ଜିଲ୍ଲା କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁରରେ ମୂଷଳଧାରାରେ ବର୍ଷା ହୋଇପାରେ । ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବି ହେବ । ୭କୁ ୨୦ ସେଣ୍ଟିମିଷ୍ଟର ଯାଏ ବର୍ଷା ସମ୍ଭାବନା ରହିଛି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ସ୍ବାଭାବିକ ତୁଳନାରେ ୧୫ ପ୍ରତିଶତ କମ୍ ବର୍ଷା ହୋଇଛି । ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ରେକର୍ଡ ହୋଇଛି ସ୍ବାଭାବିକ ବୃଷ୍ଟିପାତ । ସମ୍ଭାବ୍ୟ ଲଘୁଚାପ ବର୍ଷା ନିଅଣ୍ଟିଆ ସ୍ଥିତିରେ ସୁଧାର ଆଣିବା ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.