ଏସିଆ କପରେ ସୁପର-୪ କୁ ଯିବ କି ଟିମ ଇଣ୍ଡିଆ ? ଆଜି ଭାରତ-ନେପାଳ ଲଢ଼େଇ

ଆଜି ଭାରତ-ନେପାଳ ଲଢ଼େଇ । କାଣ୍ଡିର ପାଲେକାଲି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖୋଳାଯିବ। ଏହି ମ୍ୟାଚ୍ ଯିଏ ଜିତିବ ସୁପର ଫୋର୍ ଯିବ । ଭାରତ ହାତର ସବୁ ସୁଯୋଗ ରହିଛି । ନେପାଳ ପାଇଁ ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ହରାଇବା ଏତେ ସହଜ ନୁହେଁ ।

ଏସିଆ କପରେ ସୁପର-୪ କୁ ଯିବ କି ଟିମ ଇଣ୍ଡିଆ ? ଆଜି ଭାରତ-ନେପାଳ ଲଢ଼େଇ । କାଣ୍ଡିର ପାଲେକାଲି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖୋଳାଯିବ। ଏହି ମ୍ୟାଚ୍ ଯିଏ ଜିତିବ ସୁପର ଫୋର୍ ଯିବ । ଭାରତ ହାତର ସବୁ ସୁଯୋଗ ରହିଛି । ନେପାଳ ପାଇଁ ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ହରାଇବା ଏତେ ସହଜ ନୁହେଁ । ତେଣୁ ରୋହତ ବାହିନୀର ପଲ୍ଲା ଭାରି ରହିଛି ।

ଗତ ଶନିବାର ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି । ଫଳରେ ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଜି ଭାରତ ଜିତିଲେ ସିଧାସଖଳ ୩ ପେଣ୍ଟ ସହ ସୁପର-୪କୁ ଯିବ । ସେହିପରି ବର୍ଷାରେ ମ୍ୟାଚ୍ ଧୋଇଗଲେ ବି ଭାରତୀୟ ଫ୍ୟାନ ନିରାଶ ହେବେ ନାହିଁ । ପଏଣ୍ଟ ଭାଗ ହେଲେ ମୋଟ୍ ୨ ପଏଣ୍ଟ ସହ ସୁପର-୪ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବ ଟିମ୍ ଇଣ୍ଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.