ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଯାଞ୍ଚ
ଯାଜପୁର(କେନ୍ୟୁଜ୍): ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ଭିତ୍ତିଭୂମି ବ୍ୟବସ୍ଥାର ଅନୁଧ୍ୟାନ ଆରମ୍ଭ ହୋଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମିଳିତ ଭାବେ ଯାଜପୁର ଡାକ୍ତରଖାନା ଯାଇ ଭିତ୍ତିଭୂମିର ଯାଞ୍ଚ କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୩ଶହ ବେଡ୍ର ଆବଶ୍ୟକ ରହିଛି। ବର୍ତ୍ତମାନ ହସ୍ପିଟାଲଟି ଶହେ ଶଯ୍ୟା ବିଶିଷ୍ଟ। ଆଉ ୨ଶହ ବେଡ୍ ଶଯ୍ୟା ପାଇଁ ବିଲ୍ଡିଂ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଆସନ୍ତା ୧୫ ତାରିଖରେ ଡାଏଲେସିସର ସ୍ୱତନ୍ତ୍ର ୱାର୍ଡର ଶୁଭାରମ୍ଭ ହେବ।