Below header

ପାଠକ ବାପା ଓ ପୁଅଙ୍କ ଟଙ୍କା କାରବାର ତଦନ୍ତ କରିବ ଆୟକର ବିଭାଗ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କେନ୍ୟୁଜ୍(ବ୍ୟୁରୋ):  ଆକାଶ ପାଠକଙ୍କ ଟଙ୍କା କାରବାର ତଦନ୍ତ କରିବ ଆୟକର ବିଭାଗ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭିଜିଲାନ୍ସ ତରଫରୁ ଆଇଟି ଓ ଇଡିକୁ ଏ ମାମଲାର ତଦନ୍ତ ପାଇଁ କୁହାଯାଇଛି। ଆକାଶ କୁମାର ପାଠକଙ୍କ ତିନିଟି ବ୍ୟାଙ୍କ ଆକାଉଣ୍ଟରେ ୧୪କୋଟି ୭୭ ଲକ୍ଷ ଟଙ୍କା ଡିପୋଜିଟ୍‌ ହୋଇଥିଲା। କିନ୍ତୁ ଏହାର ଆୟକର ରିଟର୍ଣ୍ଣ ନାହିଁ।

abhay_pathak

ତେଣୁ ଟିକସ ଠକେଇ ହୋଇଥିବା ନେଇ ପ୍ରାରମ୍ଭିକ ଭାବେ ସୂଚନା ମିଳୁଥିବା ଭିଜିଲାନ୍‌ସ କହିଛି। ଆୟକର ଆଇନ ୧୯୬୧ ଏବଂ ବେନାମୀ ଟ୍ରାଞ୍ଜାକ୍ସନ ପ୍ରୋହିଭିସନ ଆକ୍ଟ ୧୯୮୮ରେ ତଦନ୍ତ ପାଇଁ ଆୟକର ବିଭାଗକୁ କୁହାଯାଇଛି। ସେହିପରି ମନି ଲଣ୍ଡିରଂ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଥିବାରୁ ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.