Below header

ଆଜିଠୁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି:ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ବର: ୫ ଦିନ ହେଲା ଜଳୁଛି ଓଡ଼ିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଗତକାଲି ୪୦ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ଅନୁଗୁଳ ଓ ତାଳଚେର ସବୁଠୁ ଉତ୍ତପ୍ତ ସହର ଥିଲା। ତାପମାତ୍ରା ୪୨. ୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

ତେବେ ଆଜିଠୁ ତାତି ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଫଳରେ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ବଜ୍ରପାତ ଓ ବର୍ଷାକୁ ଲକ୍ଷ୍ୟ ରଖି ଗଜପତି, ଗଞ୍ଜାମ, ନୟାଗଡ଼ , କଟକ , କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହୁପର ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦିନ ତାପମାତ୍ରା ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାପରେ ୬ରୁ ପୁଣି ତାପମାତ୍ରା ବଢିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.