Below header

ପରଟାରେ ଜଗା କାଳିଆର ମୁହଁ, ଖାଇବା ବଦଳରେ ପୂଜା କରୁଛନ୍ତି ଲୋକେ

ପରଟାରେ ଦିଶୁଛି ଜଗା କାଳିଆଙ୍କ ମୁହଁ । ଭକ୍ତିର ସହ ମୁଣ୍ଡ ନୁଆଇଁ ପ୍ରଣାମ କରି ହରିବୋଲ ହୁଳହୁଳି ପକାଉଛନ୍ତି ଗ୍ରାମବାସୀ

ମାହାଙ୍ଗା (କେନ୍ୟୁଜ୍‌) : ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା ଯାଆନ୍ତି । ତେଣୁ ପରଟାରେ ଦିଶୁଛି ଜଗା କାଳିଆଙ୍କ ମୁହଁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ବେନୁପୁରା ଗାଁର ବାଗ ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ହେମନ୍ତ ବାଗଙ୍କ ଝିଅ ରୋନି ଗତକାଲି ବଳଦେବଜୀଉଙ୍କ ପବିତ୍ର ଜନ୍ମ ଦିବସରେ ପରଟା ତିଆରି କରୁଥିଲେ । ପରଟାକୁ ତାଓ୍ଵା ଉପରେ ଲେଉଟାଇବା ପରେ ସେଥିରେ ଜଗନ୍ନାଥଙ୍କ ଆକୃତି ଦେଖାଗଲା l ପରେ ସେ ସମସ୍ତଙ୍କୁ ଡାକି ଦେଖାଇଥିଲେ ।

ଏହାପରେ ସେହି ପରଟାକୁ ଏକ ପିତଳ ଥାଳିରେ ରଖି ପୂଜାର୍ଚ୍ଚନା କରୁଛନ୍ତି ପରିବାର ଲୋକେ l ରାକ୍ଷୀ ବି ଅର୍ପଣ କରିଛନ୍ତି । ଏପରିକି ଗ୍ରାମବାସୀ ମଧ୍ୟ ଆସି ସମସ୍ତେ ଭକ୍ତିର ସହ ମୁଣ୍ଡ ନୁଆଇଁ ପ୍ରଣାମ କରି ହରିବୋଲ ହୁଳହୁଳି ପକାଉଛନ୍ତି l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.