ନେମାଳରେ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ

ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଲେ କୋର୍ଟ। ଧାରା ୩୭୬ ଏବଂ ପୋକସୋ ଆକ୍ଟ ଆଧାରରେ ଦଣ୍ଡବିଧାନ କଲେ କୋର୍ଟ।

କଟକ(କେନ୍ୟୁଜ୍): ନେମାଳ ଥାନା ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା। ରାୟ ପ୍ରକାଶ କଲେ କଟକ ପୋକସୋ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଦେଲେ କୋର୍ଟ। ଅଭିଯୁକ୍ତ ମହାରାଷ୍ଟ୍ରର ଗୁଡୁ ନିସାଦ। ଅନାଦେୟ ଅଧିକ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଲେ କୋର୍ଟ। ଧାରା ୩୭୬ ଏବଂ ପୋକସୋ ଆକ୍ଟ ଆଧାରରେ ଦଣ୍ଡବିଧାନ କଲେ କୋର୍ଟ। ଏହି ମାମଲାରେ ମୋଟ ୧୮ ଜଣଙ୍କର ଜେରା ଏବଂ ସାଖ୍ୟ ଗ୍ରହଣ କରାଯାଇଥିଲା। ୩୪ ଟି ତଥ୍ୟ ପ୍ରମାଣ ସମ୍ବଳିତ କାଗଜପତ୍ରର ଅନୁଧ୍ୟାନ କରିଥିଲେ କୋର୍ଟ।

୨୦୨୧ ଡିସେମ୍ବର ମାସ ୨୦ ତାରିଖରେ ଏହି ଘଟଣା ଘଟିଥିଲା। ବିଦ୍ୟାଳୟକୁ ଯାଇ ଆଉ ଫେରି ନ ଥିଲେ ୧୪ ବର୍ଷୀୟ ନାବାଳିକା। ଥାନାରେ ଏତଲା ଦେଇଥିଲେ ପରିବାରବର୍ଗ। ଘଟଣାର ସାତ ଦିନ ଭିତରେ ମୁମ୍ବାଇରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ନେମାଳ ଥାନା ପୋଲିସ। ସୋସିଆଲ ମିଡ଼ିଆରୁ ଅଭିଯୁକ୍ତ ଏବଂ ନାବାଳିକାଙ୍କ ମଧ୍ୟରେ ପରିଚୟ ହୋଇଥିଲା। ସ୍ପେଶାଲ ପି ପି ବିଶ୍ୱଜିତ ରାୟଙ୍କ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.