ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି, ସଟ ଡାଉନ ହେଲା ବ୍ରହ୍ମବରଦା ଅଂଚଳ

ଯାଜପୁର/ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଗତକାଲି ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ ସଟ ଡାଉନ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ନଜରବନ୍ଦୀରେ ରଖାଯାଇଛି । ଉକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସୂଚନା ଅନୁସାରେ ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମିଳନୀକୁ ଓଡିଶାରୁ ଯାଇଥିବା ଯାଜପୁରର ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣା ଯାଇଛି।

JAJPUR-1

ବ୍ରହ୍ମବରଦା ଅଞ୍ଚଳକୁ ସାନିଟାଇଜ କରାଯାଉଛି। ସ୍ଥାନୀୟ ବିଧାୟକଙ୍କ ସହ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

BRAMHABARADA-2

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.