ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା, ୧୧ ଗିରଫ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୧ ଗିରଫ। ଯଶୀପୁର ପୋଲିସ ୧୧ଜଣଙ୍କୁ ଗିରଫ କରିବା ସହ ୪ ଚକିଆ ଗାଡ଼ି ୩ଟି ଓ ଗୋଟିଏ ଟ୍ରକ ଜବତ କରିଛି। ସେମାନଙ୍କ ଠାରୁ ବନ୍ଧୁକ ସହ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV ଫୁଟେଜ ଆଧାରରେ ତଦନ୍ତ କରି ସମସ୍ତଙ୍କୁ ଗିରଫ କରାଯାଇଛି।

ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା କରଞ୍ଜିଆ SDPO ସୂଚନା ଦେଇଛନ୍ତି। ଦୁର୍ବୃତ୍ତମାନେ ଗାଈଗୋରୁକୁ ନେଇ ଯାଉଥିବା ଗାଡି ଗୁଡିକୁ ଯଶିପୁର ଟୋଲଗେଟରେ ଦେବସେନା ପକ୍ଷରୁ ଅଟକାଇଥିଲେ । ହଠାତ ଦୁର୍ବୃତ୍ତ ଆକ୍ରମଣ ର ଶିକାର ହେବାକୁ ପଡିଥିଲା ଦେବସେନା କର୍ମକର୍ତ୍ତା ଙ୍କୁ । ଦୁର୍ବୃତ୍ତମାନେ ବନ୍ଧୁକରେ ଆକ୍ରମଣ କରିଥିଲେ । ବନ୍ଧୁକ ଗୁଳିରେ ୨ଜଣ ଗୁରୁତର ହୋଇଛନ୍ତି । ଜଣକ ଗୋଡ଼ ରେ ଗୁଳି ବାଜି ଥିବା ବେଳେ ଜଣକ ହାତ ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ଡାକ୍ତରଖାନା ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.