ରାଉରକେଲା ନିର୍ମାଣାଧୀନ ସପିଙ୍ଗ ମଲରୁ ପଡ଼ି ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ରାଉରକେଲା(କେନ୍ୟୁଜ୍‌) : ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ ବାଗବୁଡି ବସ୍ତି ନିକଟରେ ନିର୍ମାଣାଧୀନ ଏକ ଶପିଙ୍ଗ ମଲ୍ ରେ ଦୁର୍ଘଟଣା ଘଟି ଜଣେ କାର୍ଯ୍ଯରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ଯଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସହରରେ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ବାଲି, ସିମେଣ୍ଟ କୁଣ୍ଡ ନେଇ ଉପରକୁ ଯାଉଥିବା କ୍ରେନଟି ହଠାତ୍‌ ଛିଡ଼ି ଯାଇଥିଲା । ଫଳରେ ଉପରେ ଥାଇ କାମ କରୁଥିବା ଦୁଇ ଜଣ ଶ୍ରମିକ ଶମ୍ଭୁ ଚୌଧୁରୀ ଓ ପ୍ରତାପ ମହାନ୍ତି ତଳକୁ ଖସି ପଡ଼ିଥିଲେ । ଲହୁଲୁହାଣ ଅବସ୍ଥାରେ ଖସିପଡ଼ି ଥିବା ଦୁଇ ଶ୍ରମିକଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ନେଇ ଯାଇଥିବା ବେଳେ ସେଠାରେ ଡ଼ାକ୍ତର ଶ୍ରମିକ ଶମ୍ଭୁ ଚୌଧୁରୀମୃତ ଘୋଷଣା କରିଥିଲେ ।

ଅନ୍ଯପକ୍ଷରେ ଘଟଣାକୁ ଲୁଚାଇ ଦେବାପାଇଁ ଆହତ ଶ୍ରମିକ ପଡ଼ିଥିବା ସ୍ଥାନର ରକ୍ତଛିଟାକୁ ଧୋଇ ସଫା କରି ଦେଇଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ । ଏହି ଘଟଣାକୁ ନେଇ ନିର୍ମାଣାଧୀନ ମଲ୍ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବାଗବୁଡି ବସ୍ତି ନିକଟରେ ଥିବା ମଲରେ କାମ ଚାଲିଥିବା ବେଳେ ଦୁଇ ଜଣ ଶ୍ରମିକ ଖସି ପଡ଼ିଥିଲେ। ଦୁଇ ଶ୍ରମିକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ନିଆ ଯାଇଥିଲା। ଯଥେଷ୍ଟ ଉଚ୍ଚରେ କାମ କରୁଥିବା ବେଳେ ଶ୍ରମିକଙ୍କ ପାଇଁ କୈଣସି ପ୍ରକାର ସୁରକ୍ଷା ବ୍ଯବସ୍ଥା କରାଯାଇ ନଥିବାରୁ ଏଭଳି ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ମୃତ ଓ ଗୁରୁତର ଶ୍ରମିକ ଓ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଶ୍ରମିକ ଓ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଶ୍ରମିକ ପ୍ରତାପର ସ୍ତ୍ରୀ ପୁଷ୍ପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.