ମହିଳା ହୋମଗାର୍ଡଙ୍କ ଗୋଡ କଟିବା ଘଟଣା: ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲା ରାଜ୍ୟ ମାନବାଧିକାର କମିଶନ

କେମିତି କଟିଲା ମହିଳା ହୋମଗାର୍ଡ଼ଙ୍କ ଗୋଡ଼ । ଚାଲିଛି ତନାଘନା ତଦନ୍ତ । ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମହିଳା ହୋମଗାର୍ଡ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ପାଇଁ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୁଳ (କେନ୍ୟୁଜ): କେମିତି କଟିଲା ମହିଳା ହୋମଗାର୍ଡ଼ଙ୍କ ଗୋଡ଼ । ଚାଲିଛି ତନାଘନା ତଦନ୍ତ । ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମହିଳା ହୋମଗାର୍ଡ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ପାଇଁ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

ଅନ୍ୟପଟେ ଡିଆଇଜି ବ୍ରିଜେଶ ରାୟଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେ ଉତ୍ତର-କେନ୍ଦ୍ରାଞ୍ଚଳ DIG ଭାବେ କାର୍ଯ୍ୟରତ ଥିଲେ ବ୍ରିଜେଶ ରାୟ। ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ। ଅଭିଯୋଗ ପରେ ତାଙ୍କର ବଦଳି କରାଯାଇଛି। ଅନୁଗୋଳରେ କାର୍ଯ୍ୟରତ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ଟ୍ରେନ ଆଗରେ ଜୀବନ ହାରିବାକୁ ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିବା ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଆଇଜି ବ୍ରିଜେଶ ରାୟ।

ଅନ୍ୟପକ୍ଷରେ ଆଇପିଏସ ଅଫିସର ଜୟନାରାୟଣ ପଂକଜ ଆଜି ଉତ୍ତର-କେନ୍ଦ୍ରାଞ୍ଚଳ DIG ଭାବେ ଦାୟିତ୍ବ ନେଇ ପାରନ୍ତି। ସେ ବର୍ତ୍ତମାନ ଏସଟିଏଫ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ଆହୁରି ମଧ୍ୟ ଏନସିଆର ତାଳଚେର ସହ ପିଟିସି ଅନୁଗୋଳର ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.